ନ୍ୟୁଜ୍ଶିକ୍ଷା

ଯୁକ୍ତ୨ ନାମଲେଖା ମେଧା ତାଲିକା ଅପରାହ୍ନ ୨ଟାରେ ପ୍ରକାଶ ପାଇବ l

ସତ୍ୟଶିଖା ୦୫ .୧୦ .୨୦୨୦ : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯାୟ ମେଧା ତାଲିକା । ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅକ୍ଟୋବର ୬ରୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଯେଉଁ ଛାତ୍ରଛାତ୍ରୀ ନାମ ଲେଖାଇଲେ ସେମାନଙ୍କ ତଥ୍ୟ ୧୮ ତାରିଖ ସନ୍ଧ୍ୟା ୬ଟାରେ ସାମ୍‌ସ ଇ-ସ୍ପେସ୍‌ରେ ଉପଲବ୍ଧ ହେବ । ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ କରାଯିବ । ଏହି ଦିନ ପୂର୍ବାହ୍ନ ୧୧ଟା ୩୦ରୁ ୧୫ ତାରିଖ ଅପରାହ୍ନ ୨ଟା ମଧ୍ୟରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ । ୧୫ ତାରିଖ ସନ୍ଧ୍ୟାରେ ସ୍ପଟ୍‌ ନାମଲେଖା ଲାଗି ଚୂଡ଼ାନ୍ତ ଛାତ୍ରଛାତ୍ରୀଙ୍କ ତାଲିକା ବାହାରିବ । ୧୬ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ପଟ୍‌ ନାମଲେଖା‌ ଅନୁଷ୍ଠିତ ହେବ । ଯେଉଁ ଛାତ୍ରଛାତ୍ରୀ ନାମ ଲେଖାଇଲେ ସେମାନଙ୍କ ତଥ୍ୟ ୧୭ ତାରିଖ ସନ୍ଧ୍ୟା ୬ଟାରେ ଇ-ସ୍ପେସ୍‌ରେ ଉପଲବ୍ଧ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ୨୦୨୮ଟି ଯୁକ୍ତ୨ କଲେଜର ୪ ଲକ୍ଷ ୫୩ ହଜାର ୬୪୦ ସିଟ୍‌ ମଧ୍ୟରୁ ୨ ଲକ୍ଷ ୯୬ ହଜାର ୬୧ଟି ସିଟ୍‌ ପୂରଣ ହୋଇଛି । ଆହୁରି ୧ ଲକ୍ଷ ୫୭ ହଜାର ୫୭୯ ଖାଲି ପଡ଼ିଛି । ବିଜ୍ଞାନ ବିଭାଗରେ ସର୍ବାଧିକ ୭୪ ହଜାର ୪୮୧ ସିଟ୍‌ ଖାଲି ରହିଛି । କଳା ବିଭାଗରେ ୪୯ ହଜାର ୮୮୭, ବାଣିଜ୍ୟରେ ୨୨ ହଜାର ୪୩୯, ସଂସ୍କୃତରେ ୪ ହଜାର ୬୪୦, ଧନ୍ଦାମୂଳକ ୬ହଜାର ୧୩୨ ସିଟ୍‌ ଖାଲିପଡ଼ିଛି ।

 

Show More
Back to top button