ଏନ୍‌କାଉଣ୍ଟର ବେଳେ ଡିଏସ୍‌ପିଙ୍କ ସମେତ ୮ ପୁଲିସ୍‌ କର୍ମଚାରୀ ଶହୀଦ

ଲକ୍ଷ୍ନୌ: ମୋଷ୍ଟ ୱାଣ୍ଟେଡ୍ ଅପରାଧୀଙ୍କ ସହିତ ଗୁଳିବିନିମୟ ବେଳେ ଉତ୍ତରପ୍ରଦେଶର ୮ ପୁଲିସ କର୍ମଚାରୀ ଶହୀଦ ହୋଇଛନ୍ତି। କାନପୁର ଧୌବେପୁର ଥାନା ବେକରୁ ଗାଁ ପାଖରେ ରାତି ପ୍ରାୟ ଗୋଟାଏ ବେଳେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି।

ଗାଁରେ ଅପରାଧୀମାନେ ଲୁଚିଥିବା ନେଇ ଏକ ପୁଲିସ ପାର୍ଟୁନ୍‌ ଟିମ୍ ସର୍ଚ୍ଚ ଅପରେସନ୍‌ କରୁଥିଲା। ଏହି ସମୟରେ ଅପରାଧୀମାନେ ପୁଲିସ ଉପରକୁ ଆଖି ବୁଜା ଗୁଳି ଚଳାଇଥିଲେ ବୋଲି ଜଣାପଡ଼ିଛି। ଶହୀଦଙ୍କ ମଧ୍ୟରେ କାନପୁର ଡିଏସ୍‌ପି ଦେବେନ୍ଦ୍ର ମିଶ୍ରା ରହିଛନ୍ତି। ତାଙ୍କ ସହିତ ଏସ୍‌ଓ ଶିବରାଜପୁର ମହେଶ ଯାଦବ, ଜଣେ ସବ୍‌ ଇନ୍ସପେକ୍ଟର ଏବଂ ୫ ଜଣ କନେଷ୍ଟବଳ ଶହୀଦ ହୋଇଛନ୍ତି। ସେହିପରି ଆଉ ୪ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଡିଜିପି ଏଚ୍‌ସି ଅବସ୍ତିଙ୍କୁ ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଘଟଣାବେଳରେ ସ୍ଥିତି କ’ଣ ରହିଥିଲା, ସେ ନେଇ ରିପୋର୍ଟ ମାଗିଛନ୍ତି ଯୋଗୀ ଆଦିତ୍ୟନାଥ।

ଆହୁରି ପଢ଼ନ୍ତୁ

ମୋଷ୍ଟ ଓ୍ୱାଣ୍ଟେଡ୍ଅ ଅପରାଧୀ ବିକାଶ ଦୁବେ ଓ ତା’ର ୧୦ ସହଯୋଗୀ ସହ ଏହି ଗୁଳି ବିନିମୟ ଘଟିଥିବା ଜଣାପଡ଼ିଛି। ସେମାନେ ପୁଲିସ କର୍ମଚାରୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଲୁଟି ଫେରାର ହୋଇଯାଇଥିବା ସୂଚନା ରହିଛି। ଫରେନ୍‌ସିକ୍ ଟିମ୍ ଓ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ଏସ୍‌ଏସ୍‌ଜି ଏବଂ ଆଇଜି ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେତେବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଅପରାଧୀ ବିକାଶ ଦୁବେ ବିଜେପି ସରକାରରେ ମନ୍ତ୍ରୀ ଥିବା ସନ୍ତୋଷ ଶୁକ୍ଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି।

ଆହୁରି ପଢ଼ନ୍ତୁ



[ad_2]

Exit mobile version