ଏନ୍ଆଇଟି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ


ନୂଆଦିଲ୍ଲୀ/ଭୁବନେଶ୍ୱର (ସତ୍ୟଶିଖା): ଭିଡିଓ କଲିଂ ଆପ୍ ‘ଆଇଓଆର୍ପିଜି୩୬୦’ ବିକଶିତ କରିଛନ୍ତି ଏନ୍ଆଇଟି ରାଉରକେଲାର ଛାତ୍ରଛାତ୍ରୀ। ଆଜି ଏହି ଆପ୍ ଜରିଆରେ ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲକ୍ଡାଉନ୍ ଭଳି ସାଂପ୍ରତିକ ସ୍ଥିତିରେ ଏହି ଆପ୍କୁ ତିଆରି କରିଥିବାରୁ ଶ୍ରୀ ପ୍ରଧାନ ଆପ୍ ତିଆରି କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି-“ଏନ୍ଆଇଟି ରାଉରକେଲାର ଛାତ୍ରଛାତ୍ରୀମାନେ ଏକ ଭିଡ଼ିଓ ଆପ୍କୁ ତିଆରି କରିବାର ଅଭିନବ ପ୍ରୟାସ ସାଂପ୍ରତିକ ସମୟରେ ସ୍ୱାଗତଯୋଗ୍ୟ ପଦକ୍ଷେପ। ବିଶେଷ ଭାବରେ କୋଭିଡ୍-୧୯ ସମୟରେ ପ୍ରସ୍ତୁତ ଏହି ଆପ୍ ଡିଜିଟାଲ ଯୋଗାଯୋଗର ସ୍ୱଦେଶୀ ଉପକରଣ ହୋଇପାରିବ। ଯୁବପୀଢିଙ୍କ ଏପରି ଉଦ୍ୟମ ପ୍ରଶଂସନୀୟ। ବିଶେଷଭାବରେ ରାଉରକେଲାର ଏନ୍ଆଇଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଏହି ଆପ୍ ଲୋକଙ୍କୁ ଘରେ ରହି ମଧ୍ୟ ଅନ୍ଲାଇନରେ ଯୋଗାଯୋଗ କରିବାରେ ପ୍ରମୁଖ ଭୂମିକା ନେବ।”
ଆହୁରି ପଢ଼ନ୍ତୁ
I had a chance to connect with them on the trial version of the VC app, which has left me truly impressed with what these youngsters have achieved. I congratulate the entire team and wish them greater success in their endeavours of transforming the digital world. pic.twitter.com/EuO1fTHl8N
— Dharmendra Pradhan (@dpradhanbjp) April 30, 2020
ଶ୍ରୀ ପ୍ରଧାନ ଟ୍ୱିଟ୍ କରି ଆହୁରରି କହିଛନ୍ତି-“ଭିଡିଓ କନ୍ଫରେନ୍ସିଂ ଆପ୍ର ଟ୍ରାଏଲ୍ ଭର୍ସନରେ ଏନ୍ଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କ ସହିତ ଯୋଗାଯୋଗ କଲି। ଏହି ଯୁବକଯୁବତୀଙ୍କ କାମ ମୋତେ ପ୍ରଭାବିତ କରିଛି। ଆପ୍କୁ ବିକଶିତ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ। ଡିଜିଟାଲ ଦୁନିଆକୁ ପରିବର୍ତ୍ତନ କରିବାର ଉଦ୍ୟମ କରୁଥିବା ଛାତ୍ରଛାତ୍ରୀଙ୍କ ଆଗାମୀ ଦିନର ସଫଳତା କାମନା କରୁଛି।”
[ad_2]