ଏନକାଉଣ୍ଟରରେ ୩ ମାଓବାଦୀ ମୃତ | Satyasikha

ରାଞ୍ଚି: ଏନକାଉଣ୍ଟର ବେଳେ ନିପାତ ହୋଇଛନ୍ତି ତିନି ମାଓବାଦୀ। ଗୁରୁବାର ଝାଡ଼ଖଣ୍ଡ ପଶ୍ଚିମ ସିଙ୍ଗଭୂମ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ସମୟରେ ତିନି ମାଓବାଦୀ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ପଶ୍ଚିମ ସିଙ୍ଗଭୂମ ଜିଲ୍ଲାର ତାଇବୋ ଥାନାରେ ଥିବା ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିଲା ବୋଲି ପୁଲିସ୍ କହିଛି। ମୃତ ୩ ମାଓବାଦୀଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଅଞ୍ଚଳର କମାଣ୍ଡର ଥିଲା ବୋଲି ଜଣାପଡ଼ିଛି। ଜଣେ ଆହତ ମାଓବାଦୀକୁ ପୁଲିସ ଗିରଫ କରିଥିବା ସୂଚନା ରହିଛି।

ଏବେ ସଂପୃକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ରହିଛି। ପୁଲିସ୍ ଏକ୪୭ ବନ୍ଧୁକ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ଏବେ ଝାଡ଼ଖଣ୍ଡର ୨୪ଟି ଜିଲ୍ଲାରୁ ୧୮ଟି ଜିଲ୍ଲାରେ ମାଓବାଦୀ ସକ୍ରିୟ ରହିଥିବା ସୂଚନା ରହିଛି।

[ad_2]
Exit mobile version