ଦେଶ

ଏନକାଉଣ୍ଟରରେ ଆତଙ୍କୀ ନିହତ, ୩ ଯବାନ ଗୁରୁତର

ଶ୍ରୀନଗର: ଜମ୍ମୁ-କଶ୍ମୀରର ଗୁଲଗାମରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି। ଆଉ କିଛି ଆତଙ୍କବାଦୀ ସେଠାରେ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ଦକ୍ଷିଣ କଶ୍ମୀର ଜୋନ ପୁଲିସ୍‌ର ପ୍ରାଥମିକ ସୂଚନା ଅନୁଯାୟୀ, ଆରହ ଠାରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ମିଳିବା ପରେ ଜୋରଦାର ସର୍ଚ୍ଚ ଅପରେସନ କରାଯାଇଥିଲା। ତେବେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଗୁଳିମାଡ଼ ଆରମ୍ଭ କରିଦେଇଥିଲେ।

ଆହୁରି ପଢ଼ନ୍ତୁ

ବର୍ତ୍ତମାନ ସୁଦ୍ଧା ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି। ଗୁଳି ବିନିୟମ ଜାରି ରହିଥିବାରୁ ପୁଲିସ୍‌ ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button