ଏଥର ରଥଟଣା ପାଇଁ ଆସିବେ କି ହାତୀ?

ପୁରୀ (ସତ୍ୟଶିଖା): ରଥଯାତ୍ରା ଯେତେ ପାଖେଇ ଆସୁଛି, ସେତେ ସସପେନ୍ସ ବଢ଼ିଚାଲିଛି। ଯଦିଓ ଏଥର ରଥଯାତ୍ରା ହେବ, ତାହେଲେ ରଥ କିଏ ଟାଣିବ? ଏତିକି ଚର୍ଚ୍ଚା ହେଉଛି ଯେ ଏଥର ହାତୀ ଟାଣିବ ରଥ। ଘୋଷଯାତ୍ରାରେ ଶ୍ରୀକ୍ଷେତ୍ରରେ କିଭଳି ହେବ ରଥଟଣା। ମେସିନ କିମ୍ବା ହାତୀ ଦ୍ୱାରା ରଥ ଟଣାଯିବ, ସେ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ପରେ ସେବାୟତ ମାନଙ୍କ ମଧ୍ୟରେ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା।

ଆହୁରି ପଢ଼ନ୍ତୁ

ବରିଷ୍ଠ ଦଇତାପତି ତଥା ସୁଦୁସୁଆର ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର କହିଛନ୍ତି, ହାତୀ ଦ୍ୱାରା ରଥ ଟଣାଯିବା ଉଚିତ୍। ହାତୀ, ସେବାୟତ ଓ ପୁଲିସ ମିଶି ରଥ ଟାଣିଲେ ଭଲ। ଆଉ ଜଣେ ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର ହାତୀ ଦ୍ୱାରା ରଥଟଣାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିନଥିଲେ ମଧ୍ୟ ଏଥିପାଇଁ ବୋଲ ମାନୁଥିବା ହାତୀ ଦରକାର ବୋଲି କହିଛନ୍ତି।

ସେପଟେ ସୁଭଦ୍ରାଙ୍କ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି, ମେସିନ୍ ଲଗାଇ ଟାଣିଲେ ଭଲ ହେବ ଆଜି ସୁଦୁସୁଆର ନିଯୋଗ ପକ୍ଷରୁ ରଥ ଟାଣିବା ପାଇଁ ୫୦ ଜଣଙ୍କ ତାଲିକା ଦିଆଯାଇଛି।

[ad_2]
Exit mobile version