ଏଣିକି ସର୍ବାଧିକ ୪ଟି ଲିଗ୍‌ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ ପାକ କ୍ରିକେଟର

ଇସଲାମାବାଦ: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପକ୍ଷରୁ ଦେଶର କେନ୍ଦ୍ରୀୟ ଚୁକ୍ତିରେ ରହିଥିବା ଖେଳାଳିଙ୍କ ପାଇଁ ନୂଆ ନୋ ଅବଜେକସନ ପ୍ରମାଣପତ୍ର ବା ଏନଓସି ଜାରି କରାଯାଇଛି। ଏହି ନୂଆ ନିୟମ ଅନୁଯାୟୀ, ଜଣେ ଖେଳାଳି ସର୍ବାଧିକ ୪ଟି ଲିଗ୍‌ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ। ଏହି ଲିଗ୍‌ ଗୁଡ଼ିକରେ ପାକିସ୍ତାନ ସୁପର ଲିଗ(ପିଏସ୍‌ଏଲ) ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ଆହୁରି ପଢ଼ନ୍ତୁ

ପିସିବି ଏକ ମିଡିଆର ବିବୃତିରେ କହିଛି ଯେ ଅନ୍ତର୍ଜାତୀୟ କ୍ରିକେଟ ଅପରେସନ ବିଭାଗ, ଜାତୀୟ ଟିମ୍‌ର ମୁଖ୍ୟ କୋଚ, ଟିମ୍‌ ମ୍ୟାନେଜମେଣ୍ଟ ସହ ଆଲୋଚନା କରାଯାଇ ନୂଆ ଏନଓସି ପ୍ରସ୍ତୁତ କରାଯାଇଛି। ଖେଳାଳିଙ୍କୁ ଫ୍ରେଶ ରଖିବା ଓ ଆହତ ସମସ୍ୟାକୁ ଦୂର କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ଡୋମେଷ୍ଟିକ ଖେଳାଳିମାନେ ଏନଓସି ପାଇଁ ସେମାନଙ୍କ ସଂପୃକ୍ତ ଆସୋସିଏସନ ସହ ଯୋଗାଯୋଗ କରିବେ।

[ad_2]
Exit mobile version