ଏଣିକି ଅନଲାଇନରେ ମିଳିବ ଓଡ଼ିଶା ଲୋକାୟୁକ୍ତଙ୍କ ତଥ୍ୟ

ଭୁବନେଶ୍ୱର(ସତ୍ୟଶିଖା): ଓଡ଼ିଶା ଲୋକାୟୁକ୍ତ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବାର ପ୍ରାୟ ବର୍ଷକ ପରେ ଏକ ସରକାରୀ ୱେବସାଇଟ୍ ଲୋକାର୍ପିତ ହୋଇଛି। ଏହି ୱେବସାଇଟ୍ ମାଧ୍ୟମରେ ଲୋକାୟୁକ୍ତରେ ହେଉଥିବା ସମସ୍ତ ଅଭିଯୋଗର ସ୍ଥିତାବସ୍ଥା ରିପୋର୍ଟ,ଲୋକାୟୁକ୍ତଙ୍କ ଆଦେଶ, ଅଭିଯୋଗ ଶୁଣାଣିର ତାରିଖ ଆଦି ସମ୍ପର୍କରେ ତଥ୍ୟ ମିଳିପାରିବ।

ଆହୁରି ପଢ଼ନ୍ତୁ

ଆଜି ଅପରାହ୍ନରେ ଓଡ଼ିଶା ଲୋକାୟୁକ୍ତଙ୍କ ଅଫିସରେ ଏହି ସ୍ୱତନ୍ତ୍ର ୱେବସାଇଟ୍ http://lokayukta.odisha.gov.in କୁ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂହ ଲୋକାର୍ପିତ କରିଥିଲେ। ଏହି ଅବସରରେ ଲୋକାୟୁୂକ୍ତ ସଦସ୍ୟ ଜଷ୍ଟିସ ବିଜୟ କୁମାର ନାୟକ, ଡକ୍ଟର ଦେବବ୍ରତ ସ୍ୱାଇଁ, ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ଲୋକାୟୁକ୍ତ ସଚିବ ମାନସ କୁମାର ତ୍ରିପାଠୀ, ଭୁବନେଶ୍ୱରସ୍ଥିତ ଏନଆଇସି ନିର୍ଦ୍ଦେଶକ ହରପ୍ରସାଦ ଦାସଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

[ad_2]
Exit mobile version