ଜୀବନମନ୍ତ୍ର
ଘରେ ପ୍ରାକୃତିକ ଉପାୟରେ ବନାନ୍ତୁ ସ୍ପ୍ରେ : ଚୁଟକିରେ ଦୂର ହେବେ ମଶା , ସ୍ଵlସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ l


ସତ୍ୟଶିଖା ୧୪ .୦୯.୨୦୨୦ : ବର୍ଷା ଦିନେ ବ୍ୟାପୁଥିବା ମଶା ନିଜ ସହ ମ୍ୟାଲେରିଆ,ଚିକନଗୁନିଆ ଏବଂ ଡେଙ୍ଗୁ ଭଳି ଭୟଙ୍କର ରୋଗ ନେଇ ଆସିଥାଏ । ଘର,ପାର୍କ କିମ୍ବା ଗଳି ହେଉ ମଶା ଆପଣଙ୍କର କେଉଁଠି ବି ପିଛା ଛାଡ଼ି ନଥାନ୍ତି । ମଶାଙ୍କୁ ମାରିବା ପାଇଁ ବଜାରରେ ଅନେକ କେମିକାଲ୍ ସ୍ପ୍ରେ ଉପଲବ୍ଧ। କିନ୍ତୁ ଆପଣ ଜାଣିଛନ୍ତି କି ଯେଉଁମାନଙ୍କର ଶ୍ୱlସ ଜନିତ ସମସ୍ୟା ରହିଛି ତାଙ୍କ ପାଇଁ ସ୍ପ୍ରେ କେତେ ମାତ୍ରାରେ ଘାତକ ସାବ୍ୟସ୍ତ ହୋଇଥାଏ ।
ଏଗୁଡ଼ିକ ବଦଳରେ ଯଦି ଆପଣ ହର୍ବାଲ୍ କିମ୍ବା ନାଚୁରାଲ୍ ସ୍ପ୍ରେ ବ୍ୟବହାର କରିବେ ତେବେ ଛୋଟ ପିଲା ବୟସ୍କଙ୍କ ସ୍ଵlସ୍ଥ୍ୟକୁ କୌଣସି ହାନି ପହଞ୍ଚିବ ନାହିଁ । ଏହା ସହିତ ଅନେକ କମ୍ ଟଙ୍କାରେ ଆପଣଙ୍କୁ ମଶାରୁ ମୁକ୍ତି ମିଳିବ । ଆସନ୍ତୁ ଜାଣିବା ଏହି ପ୍ରଭାବଶାଳୀ ସ୍ପ୍ରେ ବିଷୟରେ ଯାହାକୁ ଆପଣ ଚାହିଁଲେ ଘରେ ମଧ୍ୟ ପ୍ରସ୍ତୁତ କରି ପାରିବେ ।
- ମଶା ମାରିବା ପାଇଁ ଲେମନ ଇୟୁକାଲିପଟାସ୍ ଅୟେଲ୍ ବହୁତ କାମରେ ଆସିଥାଏ । ୯୦ଏମଏଲ୍ ନଡ଼ିଆ କିମ୍ବା ଅଲିଭ ଅୟେଲରେ ୧୦ଏମଏଲ୍ ଲେମନ୍ ଇୟୁକାଲିପଟାସ୍ ଅୟେଲ୍ ମିଶାନ୍ତୁ । ଏହା ପରେ ଏହାକୁ କୌଣସି ବୋତଲରେ ବନ୍ଦ କରି ସ୍ପ୍ରେ ସାହାଯ୍ୟରେ ଘରର କୋଣରେ ଛାଟନ୍ତୁ । ଆପଣ ଚାହିଁଲେ ଏହି ତେଲକୁ ଶରୀରରେ ମଧ୍ୟ ଲଗାଇ ପାରିବେ । ସ୍ପ୍ରେ ଲିକୁଇଡକୁ ପତଳା କରିବା ପାଇଁ ଏଥିରେ ଅଳ୍ପ ପାଣି ମଧ୍ୟ ମିଶାଇ ପାରିବେ ।
- ନିମ୍ବର କଡ଼ା ବାସ୍ନାରେ ମଶା ଦୂରେଇ ଯାଇଥାନ୍ତି । ନିମ୍ବ ତେଲରେ ଥିବା ପ୍ରାକୃତିକ ତତ୍ୱ ମଶାକୁ ଆପଣଙ୍କ ପାଖକୁ ଆସିବାକୁ ଦିଏ ନାହିଁ । ନିମ୍ବ ଏବଂ ନଡ଼ିଆ ତେଲର ମିଶ୍ରଣ ମଶାକୁ ଘଉଡ଼ାଇବା ପାଇଁ ଲାଭଦାୟକ ହୋଇଥାଏ । ଏଥିପାଇଁ ୩୦ଏମଏଲ ନଡ଼ିଆ ତେଲରେ ନିମ୍ବ ତେଲ ମାତ୍ର ୧୦ବୁନ୍ଦା ମିଶାନ୍ତୁ । ଏହା ପରେ ଅଳ୍ପ ଗରମ ପାଣି କିମ୍ବା ବୋଡକା ମିଶାନ୍ତୁ ଏବଂ ପୂରା ଘରେ ଛିଞ୍ଚି ଦିଅନ୍ତୁ ।
- ଅନେକ ଔଷଧୀୟ ଗୁଣରେ ଭରା ଟି ଟ୍ରି ଅୟେଲ୍ ମଧ୍ୟ ଆପଣଙ୍କ କାମରେ ଆସିବ। ଏଥିରେ ଥିବା ଆଣ୍ଟି ସେପ୍ଟିକ୍ ଏବଂ ଇନଫ୍ଲାମେଟେରି ତତ୍ୱ ମଶାର ବିଷାକ୍ତ ଡଙ୍କକୁ ପ୍ରଭାବହୀନ କରିଦେବ । ଏହାର କଡ଼ା ସୁଗନ୍ଧ ମଶାଙ୍କୁ ଘରକୁ ଆସିବାକୁ ଦେବ ନାହିଁ । ୩୦ଏମଏଲ ନଡ଼ିଆ ତେଲରେ ୧୦ ବୁନ୍ଦା ଟି ଟ୍ରି ଅୟେଲ୍ ମିଶାନ୍ତୁ । ଏହା ପରେ ହାଲୁକା ପାଣି ଏବଂ ବୋଡକା ସାମିଲ କରି ମଶାଙ୍କୁ ଘଉଡ଼ାଇବାର ଜବରଦସ୍ତ ହୋମ୍ ମେଡ ଫର୍ମୁଲା ଅବଲମ୍ବନ କରନ୍ତୁ ।
- ଲାଭେଣ୍ଡରର ମହକ ମଶାଙ୍କୁ ଘର ବାହାରେ ରଖିଥାଏ । ଏହି କାରଣରୁ କିଛି ଲୋକ ଘରେ ଏହି ଚମତ୍କାର ଗଛ ରଖିଥାନ୍ତି । ଆପଣ ଚାହିଁଲେ ଲାଭେଣ୍ଡର ତେଲକୁ ଲେମନ୍ ଜୁସରେ ମିଶାଇ ମଶାଙ୍କୁ ଘଉଡ଼ାଇବା ପାଇଁ ସ୍ପ୍ରେ କରି ପାରିବେ । ଏଥିରେ ଆପଣ ଫ୍ଲେଭର ପାଇଁ ଅଳ୍ପ ଭାନିଲା ମିଶାଇ ପାରିବେ । ଏହାକୁ ପ୍ରସ୍ତୁତ କରିବା ପାଇଁ ୩-୪ ଟେବୁଲ୍ ସ୍ପୁନ ଲେମନ୍ ଜୁସ୍,୩-୪ଟେବୁଲ୍ ସ୍ପୁନ୍ ଭାନିଲା ଏବଂ ଲାଭେଣ୍ଡର ଅୟେଲ୍ ୧୦-୧୨ବୁନ୍ଦା କୌଣସି ବୋତଲରେ ପୂରାଇ ଭଲ ଭାବେ ମିଶାଇବେ ଏବଂ ଘରେ ସ୍ପ୍ରେ କରିବେ ।
- ମଶାଙ୍କୁ ଘଉଡ଼ାଇବା ପାଇଁ ଆପଣ ଲେମନଗ୍ରାସ୍ ଏବଂ ରୋଜମେରି ଅୟେଲ୍ ମଧ୍ୟ ବ୍ୟବହାର କରି ପାରିବେ । ଘରେ ଏହାର ସ୍ପ୍ରେ ପ୍ରସ୍ତୁତ କରିବା ପାଇଁ ୬୦ଏମଏଲ୍ ନଡ଼ିଆ କିମ୍ବା ଅଲିଭ ଅୟେଲରେ ଲେମନଗ୍ରାସ୍ ଏବଂ ରୋଜମେରୀ ତେଲର ୧୦ବୁନ୍ଦା ପକାନ୍ତୁ । ଏବେ ପ୍ରସ୍ତୁତ ଲିକୁଇଡକୁ ଘରେ ସ୍ପ୍ରେ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ମଶା କେବେ ବି ଘରେ ପଶିବେ ନାହିଁ ।