ଦେଶନ୍ୟୁଜ୍ବିଦେଶରାଜ୍ୟ

ଆଜି ବଫେ ଡେ

ସତ୍ୟଶିଖା ୦୨/୦୧/୨୦୨୧ : ପ୍ରତି ବର୍ଷ ଜାନୁଆରି ୨ ତାରିଖରେ ପାଳନ କରାଯାଉଛି ‘ବଫେ ଡେ’ । ଷୋଡ଼ଶ ଶତାବ୍ଦୀରେ ସ୍ବିଡେନ୍‌ରେ ବଫେ ବା ବୁଫେ ବା ବଫେଟ୍‌ ବା ବୁଫେଟ୍‌ର ଉତ୍ପତ୍ତି ହୋଇଥିଲା । ଖାଦ୍ୟ ପୂର୍ବରୁ ଏକ ପ୍ରକାରର ସ୍ଥାନୀୟ ସୁରା ଏକତ୍ର ପାନ କରିବା ପାଇଁ ସ୍ବିଡିସ୍‌ମାନେ ବଫେ ଟେବଲ୍‌ ସୃଷ୍ଟି କରିଥିଲେ, ଯାହାକୁ ସେମାନଙ୍କ ଭାଷାରେ କହାଯାଏ ‘ସ୍ମର୍ଗେସ୍‌ବୋର୍ଡ‌୍‌’ । ‘ବଫେ’ ମୂଳତଃ ଏକ ଫ୍ରେଞ୍ଚ୍‌ ଶବ୍ଦ । ଏହା ମଧ୍ୟ ଖାଦ୍ୟ ପରଷିବା ପାଇଁ ଉଦ୍ଦିଷ୍ଟ ଲମ୍ବା ଟେବଲ୍‌ । ୧୯୩୯ରେ ନିଉ ୟର୍କ‌୍‌ରେ ଅନୁଷ୍ଠିତ ଏକ ବିଶ୍ୱସ୍ତରୀୟ ଉତ୍ସବରେ ସ୍ବିଡିସ୍‌ ପାଚକ ଦଳ ବହୁ ସ˚ଖ୍ୟକ ଅଣ-ସ୍ବିଡିସ୍‌ଙ୍କ ପାଇଁ ‘ସ୍ମର୍ଗେସ୍‌ବୋର୍ଡ‌୍‌’ରେ ଖାଦ୍ୟର ବ୍ୟବସ୍ଥା କରିବା ସହ, ଏହି ଶୈଳୀର ଭୋଜନ ଲୋକପ୍ରିୟତା ହାସଲ କରିଥିଲା । ଆଉ ‘ବଫେ’ ଶବ୍ଦଟି ଉଚ୍ଚାରଣ କରିବା ସହଜ ହୋଇଥିବାରୁ, ‘ସ୍ମର୍ଗେସ୍‌ବୋର୍ଡ‌୍‌’ ତୁଳନାରେ ଅଧିକ ଆଦୃତ ହୋଇଥିଲା ।

Show More
Back to top button