ଋଣ ସୁଧ ଛାଡ଼ ପାଇଁ ଦାବି କଲେ ରାଜ୍ୟ ପରିବହନ ମନ୍ତ୍ରୀ

ଭୁବନେଶ୍ୱର (ସତ୍ୟଶିଖା): ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁ ବସ୍‌ ଚାଲୁନାହିଁ। ଯେଉଁଥିପାଇଁ ବସ୍‌ ମାଲିକଙ୍କ ପକ୍ଷେ ଋଣ ପରିଶୋଧ କରିବା କଷ୍ଟକର ହେଉଛି। ସେଥିପାଇଁ ଏହି ଋଣର ସୁଧ ଛାଡ଼ କରିବାକୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କାରୀଙ୍କ ପାଖରେ ଦାବି କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେହିପରି ବୀମା ଅବଧି ୬ ମାସ ବଢ଼ାଇବା ପାଇଁ ମଧ୍ୟ ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ

ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କାରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ପରିବହନ ମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ। ଏଥିରେ ‘କରୋନା’ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଏହାଛଡ଼ା ‘କରୋନା’ର ମୁକାବିଲା ପାଇଁ ରାଜ୍ୟ ସରକାର ନେଇ ଥିବା ପଦକ୍ଷେପ ଉପରେ ରାଜ୍ୟର ମନ୍ତ୍ରୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ସୂଚନାରୁ ପ୍ରକାଶ, ‘କରୋନା’ ପାଇଁ ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ରାଜ୍ୟର ହଜାର ହଜାର ବସ୍‌ ଗନ୍ତବ୍ୟ ସ୍ଥଳକୁ ଯାଇନପାରି ରାସ୍ତାରେ ଛିଡ଼ା ହୋଇଛନ୍ତି। ବସ୍‌ କର୍ମଚାରୀମାନେ ଖାଇବାକୁ ନପାଇ ନାନା ହଇରାଣ ହେଉଛନ୍ତି। ଠିକ୍‌ ସେମିତି କୋଟି କୋଟି ଟଙ୍କା ଋଣ କରି ବସ୍‌ କିଣିଥିବା ମାଲିକମାନେ ଋଣ ପରିଶୋଧ କରିନପାରି ଚିନ୍ତାରେ ପଡ଼ି ଯାଇଛନ୍ତି। ସେଥିପାଇଁ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ପାଖରେ ବସ୍‌ ମାଲିକମାନେ ଦାବି କରିଛନ୍ତି।

[ad_2]
Exit mobile version