ଅପରାଧନ୍ୟୁଜ୍ରାଜ୍ୟ

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଚାର୍ଜସିଟ୍ ଦାଖଲ

ସତ୍ୟଶିଖା( ଭୁବନେଶ୍ୱର )୧୪.୦୬. ୨୦୨୨ :  ବହୁ ମହିଳାଙ୍କୁ ବିବାହ କରି ଠକିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆଜି ଚାର୍ଜସିଟ୍ ଦାଖଲ ହୋଇଛି। ରମେଶର ଭଉଣୀ ରଶ୍ମିତା, ଦ୍ୱିତୀୟ ପତ୍ନୀ କମଳା, ଦୁଇ ସହଯୋଗୀ ବିଶ୍ୱଜିତ ଓ ଚିତ୍ତରଂଜନ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି। ଏଥିରେ ୧୦୨ ଜଣ ସାକ୍ଷୀ ଓ ସେମାନଙ୍କ ବୟାନ ରେକର୍ଡ ହୋଇଥିବା ନେଇ ଉଲ୍ଲେଖ ରହିଛି। ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ୯୪୦ ପୃଷ୍ଠାର ଏହି ଚାର୍ଜସିଟ୍ ଦାଖଲ କରାଯାଇଛି।

କେମିତି ରମେଶ ଅର୍ଥ ହଡ଼ପ କରିବା ନିମନ୍ତେ ବହୁ ବିବାହକୁ ମାଧ୍ୟମ କରୁଥିଲେ, କିଭଳି ବିବାହକୁ ମାଧ୍ୟମ କରି ଉଚ୍ଚଶିକ୍ଷିତ ମହିଳାକୁ ଟାର୍ଗେଟ କରୁଥିଲେ, କେମିତି ନିଜକୁ ଡକ୍ଟର ପରିଚୟ ଦେଇ ମହିଳାମାନଙ୍କୁ ଜାଲରେ ଫସାଉଥିଲେ, କେମିତି ସେ ଚାକିରି କରାଇଦେବା ନାମରେ ଅର୍ଥ ହଡ଼ପ କରିଥିଲେ ଏସବୁ ତଥ୍ୟକୁ ଚାର୍ଜସିଟ୍‌ରେ ଯୋଡ଼ିଛି ମହିଳା ଥାନା ପୁଲିସ୍।
Show More
Back to top button