ବିଦେଶ

ଇସ୍କନ ମନ୍ଦିରରେ ୩୧ ଜଣ କରୋନାରେ ଆକ୍ରାନ୍ତ

ଢ଼ାକା: ବାଂଲାଦେଶ ରାଜଧାନୀ ଢ଼ାକାରେ ଥିବା ଇସ୍କନ ମନ୍ଦିରରେ ଥିବା ୩୧ ଜଣ କରୋନାରେ ଆକ୍ରାନ୍ତ। ଏହାପରେ ପ୍ରଶାସନ ମନ୍ଦିରକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛି। ବାଂଲାଦେଶରେ ଏଯାବତ ୫୦୦୦ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୪୦ ଜଣଙ୍କର ମୃତ୍ୟୁ ଘଟିଛି। ବାଂଲାଦେଶର ପ୍ରମୁଖ ଖବରକାଗଜ ‘ଢ଼ାକା ଟ୍ରିବ୍ୟୁନ’ରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ

ଏବେ ସଂକ୍ରମିତ ଲୋକଙ୍କୁ ଏକାନ୍ତବାସରେ ରଖାଯାଇ ଚିକିତ୍ସା କରାଯାଉଛି। ଏହାସହିତ ଇସ୍କନ ମନ୍ଦିରର ଆଖ ପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ସଟଡାଉନ୍ କରି ଦେଇଛନ୍ତି। ମାର୍ଚ୍ଚ ୮ରେ ବାଂଲାଦେଶରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା।

[ad_2]
Show More
Back to top button