ଇରାନରେ ଫସିଛନ୍ତି ୨୫୪ ଭାରତୀୟ, କରୋନାକୁ ନେଇ ଆସିଲା କନଫ୍ୟୁଜନ୍ ରିପୋର୍ଟ


ତେହେରାନ୍: ମହାମାରୀ କରୋନା ଭାଇରସରେ ଇରାନ୍ରେ ଥିବା ୨୫୪ ଜଣ ଭାରତୀୟ ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଇରାନ୍ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ନୂଆଦିଲ୍ଲୀର ମେଡିକାଲ ଟିମ୍ ଯାଇଥିଲା। ପରୀକ୍ଷା ପରେ ୨୫୪ ଭାରତୀୟଙ୍କ ଶରୀରରେ କରୋନା ଭାଇରସ ଠାବ ହୋଇଥିବା କ୍ୱାଓମରେ ଫସିଥିବା ଜଣେ ଭାରତୀୟ ତୀର୍ଥଯାତ୍ରୀ ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁ ଜଣଙ୍କ ଶେୟାର କରିଥିବା ଦସ୍ତାବିଜ୍ରେ କରୋନାରେ ଆକ୍ରାନ୍ତ ଶ୍ରଦ୍ଧାଳୁ ଓ ଛାତ୍ରଛାତ୍ରୀଙ୍କ ତାଲିକା ରହିଛି। ଏଥିସହ ସେମାନଙ୍କ ନାଁ, ପାସପୋର୍ଟ ନମ୍ବର ଓ ପିଏନଆର ନମ୍ବର ରହିଛି।
୨୫୪ ଜଣ ଭାରତୀୟ ଶ୍ରଦ୍ଧାଳୁ ଓ ଶିକ୍ଷାର୍ଥୀ ଦୁଇଟି ଗ୍ରୁପରେ ବିଭକ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ କିଛି କ୍ୱାଓମରେ ଥିବା ବେଳେ ଆଉ କିଛି ତେହେରାନରେ ଫସି ରହିଛନ୍ତି। ଏମାନଙ୍କ ମଧ୍ୟରୁ ୮୦ ଜଣ ଶିକ୍ଷାର୍ଥୀ। ଇଣ୍ଡିଆ ଟୁଡେକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଲଦାଖର ଶ୍ରଦ୍ଧାଳୁ ସମସ୍ତ ସୂଚନା ଦେଇଛନ୍ତି। ସେ ନିଜେ ମଧ୍ୟ କରୋନାରେ ଆକ୍ରାନ୍ତ ଥିବା କହିଛନ୍ତି।
ସେ ସମସ୍ତ ସୂଚନା ଦେଇଥିବା ବେଳେ ଭାରତ ସରକାରଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, “ଭାରତୀୟ ମେଡିକାଲ ଟିମ୍ ଆମକୁ କରୋନାରେ ଆକ୍ରାନ୍ତ ଥିବା ରିପୋର୍ଟ ଦେଇଛନ୍ତି। ହେଲେ ଇରାନ ଅଧିକାରୀ ଆମ ରିପୋର୍ଟ ନେଗେଟିଭ ଥିବା କହିଛନ୍ତି। ପ୍ରଥମେ ଆମ ସହ ଥିବା ୨୫୪ ଜଣ ଲୋକଙ୍କ ଶରୀରରେ କରୋନା ଭୂତାଣୁ ଥିବା ଭାରତୀୟ ମେଡିକାଲ ଷ୍ଟାଫ କହିଥିଲେ।
ଆହୁରି ପଢ଼ନ୍ତୁ
ହେଲେ ଆମେ ରିଚେକ୍ ପାଇଁ ପୁଣି ଇରାନର ଏକ ହସ୍ପିଟାଲକୁ ଯାଇଥିଲୁ। ହେଲେ ସେଠାରେ ଆମ ରିପୋର୍ଟ ନେଗେଟିଭ୍ ଥିବା ସେମାନେ କହିଛନ୍ତି। ଏହାକୁ ନେଇ ଆମେ ଚାପ ଓ ଦ୍ୱନ୍ଦ୍ୱରେ ରହିଛୁ। ଆମେ ସ୍ୱଦେଶ ଫେରିବାକୁ ଚାହୁଁଛୁ। ଆମେ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ଆମକୁ କ୍ୱାରେଣ୍ଟାଇନ୍ରେ ରଖାଯାଇନାହିଁ। ପୂର୍ବଭଳି ହୋଟେଲରେ ହିଁ ରହୁଛୁ। ତେବେ ଆମକୁ ଖାଦ୍ୟ କିମ୍ବା ମେଡିସିନ୍ ଦିଆଯାଉ ନାହିଁ। ତଥାପି ଆମେ ଭାରତୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଛୁ।
୩ରୁ ୪ ଦିନ ମଧ୍ୟରେ ଆମକୁ ଏଠାରୁ ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଗତକାଲି ସନ୍ଧ୍ୟାରେ ହିଁ ଭାରତୀୟ ମିଶନ ପକ୍ଷରୁ ଆମକୁ ଫୋନ କଲ ଆସିଥିଲା। ସେମାନେ ଆମ ପାଇଁ ୪ଟି ଭିନ୍ନ ଭିନ୍ନ ବିମାନ ଯୋଗାଡ଼ କରୁଛନ୍ତି। ପ୍ରଥମେ ନେଗେଟିଭ୍ ଥିବା ଲୋକଙ୍କୁ ଭାରତ ପଠାଯିବ ଓ ଏହାପରେ ଆମ ମାନଙ୍କୁ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି। ଆମେ ଭାରତୀୟ। ତେଣୁ ଭାରତ ସରକାର ଆମକୁ ବିଦେଶ ମାଟିରୁ ଉଦ୍ଧାର କରିବା ଦରକାର।”
ଅନ୍ୟପକ୍ଷରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୫୦ରୁ ଅଧିକ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଇରାନରେ ଥିବା ଭାରତୀୟ ମିଶନ ସମସ୍ତଙ୍କ ଯୋଗାଯୋଗରେ ରହିଛି। ଇରାନ ସରକାରଙ୍କ ସହଯୋଗରେ ସମସ୍ତ ପ୍ରକାରର କାର୍ଯ୍ୟ କରାଯାଉଛି।”
ମନ୍ତ୍ରଣାଳୟ ପକ୍ଷରୁ ଏକଥା କୁହାଯାଇଥିଲେ ହେଁ ସେମାନଙ୍କୁ ଉଦ୍ଧାର ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।
[ad_2]
Source link