ରାଜ୍ୟ

କପା ଅମଳ ପରେ ବିକ୍ରି ହୋଇପାରୁନି

ସତ୍ୟଶିଖା(କଳାହାଣ୍ଡି) ୧୨/୧୨/୨୦୨୦ : ପାଣିପାଗ ସୁହାଇଛି, କପା ଭଲ ହୋଇଛି । କିନ୍ତୁ କପା ବିକ୍ରି କରିବାକୁ ନେଇ ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀ । ବ୍ଲକରେ ଆବଶ୍ୟକୀୟ ମଣ୍ଡିର ବ୍ୟବସ୍ଥା ନଥିବାରୁ କପା ଚାଷୀ, ଦଲାଲମାନଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି ।

ଚଳିତ ବର୍ଷ ସଠିକ ପରିମାଣରେ ବର୍ଷ ହୋଇଥିବାରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରଚୁର ପରିମାଣରେ କପା ଫସଲ ହୋଇଛି । ଧଳା ସୁନା ଭାବେ ପରିଚିତ କପା ଗଛରେ ଫୁଟି ଗଛ ସବୁ ଧଳା ରଙ୍ଗରେ ରଙ୍ଗେଇ ହୋଇଛି । ବର୍ତ୍ତମାନ କପା ଅମଳ ହୋଇସାରିଲାଣି । ଉକ୍ତ ବ୍ଲକର ଚାଷୀ ଲଗାତାର ବିଗତ ବର୍ଷରେ ଧାନ ଫସଲରେ ମରୁଡିର ସମ୍ମୁଖୀନ ହେଉଥିବାରୁ କପା ଚାଷ ପ୍ରତି ଆକୃଷ୍ଟ ହୋଇ ବହୁଳ ପରିମାଣର କପା ଚାଷ କରୁଥିଲେ ମଧ୍ୟ କପାର ଉଚିତ ମୁଲ୍ୟ ମିଳୁନଥିବା ଚାଷୀ ଅଭିଯୋଗ କରିଛି । 

“ଚାଷୀ ଅମଳ କରିଛି ଧଳାସୁନା ହେଲେ ବିକିବା ପାଇଁ ନାହିଁ ମଣ୍ଡି ମାଲାମାଲ ଦଲାଲ”

ଚଳିତ ବର୍ଷ ଭଲ ବର୍ଷା ଫଳରେ କଳାହାଣ୍ଡିର ଗୋଲାମୁଣ୍ଡା ଅଂଚଳରେ ଭଲ କପା ଚାଷ ହୋଇଛି । ଦୁଇ ପଇସା ରୋଜଗାର ହେବ ବୋଲି ଚାଷୀ ଆଶା ରଖିଛି । କିନ୍ତୁ କପା କିଣିବା ପାଇଁ ଆବଶ୍ୟକୀୟ ମଣ୍ଡି ବ୍ୟବସ୍ଥା ନାହିଁ । ବ୍ଲକରେ ଉଛୁଲା ଠାରେ କେବଳ ଗୋଟିଏ ମଣ୍ଡି ଥିବା ବେଳେ ଏଠାକୁ ଦୂରଦୂରାନ୍ତରୁ ଚାଷୀ ଆସି କପା ବିକିବା ସମ୍ଭବ ହେଉ ନାହିଁ । ଘର ଠାରୁ ୭୦ କିଲୋମିଟର ଦୂରରେ ମଣ୍ଡି ଥିବାରୁ ଚାଷୀଙ୍କ ଘରେ ପଡି ରହି ନଷ୍ଟ ହେଉଛି କପା ।ତେଣୁ ବାଧ୍ୟ ହୋଇ କପାର ସରକାରୀ ସର୍ବନିମ୍ନ ସହାୟକ ମୂଲ୍ୟ ଟଙ୍କା ଠାରୁ କମ୍ ଦରରେ ଦଲାଲ ହାତରେ ଧଳା ସୁନାକୁ ଟେକି ଦେଉଛନ୍ତି ଚାଷୀ । ସରକାରୀ ଦର ୫୮୨୫ ଟଙ୍କା ଥିବା ବେଳେ ୪୦୦୦ରୁ କମ୍ ଦରରେ ବିକୁଛନ୍ତି ଚାଷୀ । ଧାନ ଚାଷରେ ଲଗାତର ମରୁଡି ସମସ୍ୟା ପଡୁଥିବା ଚାଷୀ କପା ଚାଷ କରି ଲାଭବାନ ହେବାର ଆଶା ରଖିଥିଲେ । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ଆଶା ଧୂଳିସାତ ହୋଇଛି ।

Show More
Back to top button