

ସତ୍ୟଶିଖା( ଭୁବନେଶ୍ୱର)୧୩ .୦୭ . ୨୦୨୨: ପାଖେଇ ଆସିଲାଣି ରାଷ୍ଟ୍ରପତି ନିର୍ବାଚନ । ଆସନ୍ତା ୧୮ ତାରିଖରେ ହେବ ନିର୍ବାଚନ ଓ ୨୧ ତାରିଖରେ ପ୍ରକାଶ ପାଇବ ଫଳାଫଳ। ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିବାକୁ ମୁହାଁମୁହିଁ ହୋଇଛନ୍ତି ଏନଡିଏ ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶବନ୍ତ ସିହ୍ନା ।
ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଛି ବାଲାଟ ବକ୍ସ। ସୁରକ୍ଷା ବଳୟ ମଧ୍ୟରେ ଏହି ବାଲଟ ବକ୍ସ ଭୁବନେଶ୍ୱର ବିମାନବନ୍ଦରରୁ ବିଧାନସଭାକୁ ଅଣାଯାଇଥିଲା। ନିର୍ବାଚନ ଅଧିକାରୀଙ୍କ ସହିତ ପୁରା ଟିମ ମଧ୍ୟ ଓଡିଶାରେ ପହଞ୍ଚିଛନ୍ତି ।