ଆସାମ ବିଧାୟକଙ୍କ ନାମରେ ଦେଶଦ୍ରୋହ ମାମଲା

ଗୁଆହାଟୀ: ଆସାମରେ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାକୁ ନେଇ ବିବାଦୀୟ ମନ୍ତ୍ରବ୍ୟ ଦେଇଥିବା ବିଧାୟକଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅମିନୁଲ ଇସଲାମ୍‌ ନାମକ ଏହି ବିଧାୟକ ଜଣକ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଡିଟେନ୍‌ସନ୍‌ ସେଣ୍ଟରଠାରୁ ଆହୁରି କଦର୍ଯ୍ୟ ବୋଲି କହିଥିଲେ। ଏହାକୁ ସେ ବିପଜ୍ଜନକୁ କହିଥିବା ମଧ୍ୟ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

ଏକ ଅଡିଓ କ୍ଲିପ୍‌ ଆଧାରରେ ଆସିଥିବା ଅଭିଯୋଗ ଅନୁଯାୟୀ, ଆସାମରେ ବିଜେପି ସରକାର ଆସାମର ମୁସଲିମ୍‌ଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ଦିଲ୍ଲୀର ନିଜାମୁଦ୍ଦିନ୍‌ ଧାର୍ମିକ ସମ୍ମିଳନୀରୁ ଫେରିଥିବା ଲୋକଙ୍କୁ ସ୍ୱାସ୍ଥ୍ୟକର୍ମୀ ଦୁର୍ବ୍ୟବହାର କରୁଥିବା ସେ ଏଥିରେ ଅଭିଯୋଗ କରିଥିଲେ। ସୁସ୍ଥ ଲୋକଙ୍କୁ କୁଆଡ଼େ ଇଞ୍ଜେକ୍ସନ୍‌ ଦିଆଯାଉଥିବା ସେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଊର୍ଦ୍ଧ୍ୱ ନିଜାମୁଦ୍ଦିନ୍‌ଠାରେ ଆୟୋଜିତ ଜମାତ୍‌ ସହ ଜଡ଼ିତ।

ସୂଚନାଯୋଗ୍ୟ ଯେ, ଅମିନୁଲ ଇସଲାମ୍‌ ଏଆଇଡିୟୁଏଫ୍‌ ବିଧାୟକ। ସୋମବାର ରାତିରେ ତାଙ୍କୁ ଆସାମ ପୁଲିସ୍‌ ଅଟକ ରଖିଥିଲା। ଏହାପରେ ମଙ୍ଗଳବାର ସକାଳେ ଗିରଫ କରିଛି। ପୁଲିସ୍ କହିବା ଅନୁଯାୟୀ, ଏହି ବିଧାୟକ ମାନିଛନ୍ତି ସେ ଏହି ଅଡିଓ କ୍ଲିପ୍‌ ରେକର୍ଡିଂ କରାଇ ଭାଇରାଲ କରାଇଛନ୍ତି।

[ad_2]
Exit mobile version