

ସତ୍ୟଶିଖା( କିଭ୍ )୨୬.୦୨.୨୦୨୨ : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ୟୁକ୍ରେନ୍ ସୀମାଠୁ କିଛି ଦୂରରେ ରୁଷ ୧୫୦ ହେଲିକପ୍ଟର ରଖିବା ସହ ସୈନିକଙ୍କୁ ମୁତୟନ କରିଛି । ମ୍ୟାକ୍ସାର୍ ଟେକ୍ନୋଲୋଜି ଦ୍ୱାରା ଏହି ଚିତ୍ରଗୁଡ଼ିକୁ ଦେଖିବାକୁ ମିଳିଛି । କୁହାଯାଇଛି ସେମାନଙ୍କର ଉପସ୍ଥିତି ଦକ୍ଷିଣ ବୋଲାରସରେ ଅଛି । ବୋଲାରସ ଚୋଜନିକି ନିକଟରେ ବୃହତ ହେଲିକପ୍ଟର ନିୟୋଜନ ଦେଖାଯାଇଥିଲା ଏବଂ ୯୦ ରୁ ଅଧିକ ହେଲିକପ୍ଟର ଏକ ରାସ୍ତାରେ ଅଟକି ରହିଥିଲା। ଘରୋଇ ଆମେରିକାର କମ୍ପାନୀ ଅନୁଯାୟୀ ଶୁକ୍ରବାର ନିଆଯାଇଥିବା ସାଟେଲାଇଟ୍ ଚିତ୍ରରେ ଦକ୍ଷିଣ ବୋଲାରସ ଅନେକ ବୃହତ ଗ୍ରାଉଣ୍ଡ ଫୋର୍ସ ନିୟୋଜନ ଏବଂ ପ୍ରାୟ ୧୫୦ ପରିବହନ ହେଲିକପ୍ଟର ଦେଖିବାକୁ ମିଳିଛି ।