ଆସନ୍ତାକାଲି କର୍ଫ୍ୟୁ ହେବ କୋହଳ | Satyasikha

ଭୁବନେଶ୍ୱର(ସତ୍ୟଶିଖା): ସମଗ୍ର ରାଜ୍ୟରେ ସନ୍ଧ୍ୟା ୭ଟା ପରଠାରୁ କର୍ଫ୍ୟକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଥିବା ବେଳେ ଶୁକ୍ରବାର ଏଥିରେ ସାମାନ୍ୟ କୋହଳ କରାଯାଇଛି। ଆସନ୍ତାକାଲି ରାତ୍ରକାଳୀନ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଛି ।ଶୁକ୍ରବାର ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ କର୍ଫ୍ୟୁ ଲାଗୁ ହେବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ  ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

କରୋନା ମହାମାରୀର କୋପକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଉଛି। ଏବେ ସମଗ୍ର ରାଜ୍ୟରେ ସନ୍ଧ୍ୟା ୭ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହେଉଛି। ଏହି ସମୟରେ ବାହାରକୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। କିନ୍ତୁ ଶୁକ୍ରବାର ଏହି କଟକଣାକୁ ରାଜ୍ୟ ସରକାର ସାମାନ୍ୟ କୋହଳ କରିଥିବାରୁ ରାଜ୍ୟବାସୀ ଆଶ୍ୱସ୍ତ ହୋଇଛନ୍ତି।

ଆସନ୍ତା ରବିବାରଠାରୁ ରଜ ଆରମ୍ଭ ହୋଇଯାଉଥିବା ବେଳେ ଶନିବାର ଓ ରବିବାର ରାଜ୍ୟର ୧୧ ଜିଲ୍ଲାରେ ଲାଗୁ ହେଉଛି ଶଟଡାଉନ୍‌ କଟକଣା। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର କର୍ଫ୍ୟୁ କଟକଣାକୁ ରାଜ୍ୟ ସରକାର ସାମାନ୍ୟ କୋହଳ କରାଯାଇଥିବା ଜଣାଯାଇଛି।

 

 



[ad_2]

Exit mobile version