ଆସନ୍ତାକାଲି କଂଗ୍ରେସର ‘ସ୍ପିକ୍ ଅପ୍ ଇଣ୍ଡିଆ’ରେ ସାମିଲ ହେବେ ୫୦ଲକ୍ଷ ଲୋକ: ନିରଞ୍ଜନ


ଭୁବନେଶ୍ୱର(ସତ୍ୟଶିଖା): କରୋନାଜନିତ ଲକଡାଉନ ପାଇଁ ସାଧାରଣ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ଭାରତ ସରକାରଙ୍କ ନଜରକୁ ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଦେଶବ୍ୟାପୀ ‘ସ୍ପିକ୍ ଅପ ଇଣ୍ଡିଆ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନଲାଇନ୍ ମାଧ୍ୟମରେ ଦିନ ୧୧ଟାରୁ ୨ଟା ମଧ୍ୟରେ ସୋସିଆଲ ମିଡିଆ ଯଥା ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ମାଧ୍ୟମରେ ସାଧାରଣ ଲୋକମାନେ ନିଜର ସମସ୍ୟା ଉତଥାପନ କରିପାରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସୋସିଆଲ ମିଡିଆ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ଲକ୍ଷ ଲୋକଙ୍କୁ କଂଗ୍ରେସ ଯୋଡ଼ିବ। ପ୍ରତି ନିର୍ବାଚନମଣ୍ଡଳୀରୁ ପ୍ରାୟ ୧୦ହଜାର ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗତ ୬୪ଦିନ ଧରି ଶ୍ରମିକମାନେ ରାଜରାସ୍ତାରେ ଭୋକ ଉପାସରେ ଚାଲିଛନ୍ତି। ଏହା ଏକ ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ। ଏହି ଅମାନବିକ ପରିସ୍ଥିତିରୁ ମୁକୁଳିବା ପାଇଁ ଯଥାଶୀଘ୍ର କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରନ୍ତୁ। ତେଣୁ ଏସବୁ କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ କର୍ମୀ, ନେତୃବୃନ୍ଦ, ଛାମୁଆ ସଂଗଠନ ଓ କଂଗ୍ରେସ ସମର୍ଥକ ଓ ସଚେତନ ନାଗରିକମାନେ ଅଧିକ ସଂଖ୍ୟାରେ ସୋସିଆଲ ମିଡିଆରେ ସାମିଲ ହୋଇ ଏହି ୩ଟି ଦାବିକୁ ଉପସ୍ଥାପନ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।
Speak up for the poor, speak up for the migrant labourers & farmers, speak up for the middle class & small businesses, speak up for India.
Tomorrow 11AM the Speak Up India campaign goes live, join by going live on your social media handles. pic.twitter.com/MZMbmCmBJC
— Odisha Congress (@INCOdisha) May 27, 2020
ଆହୁରି ପଢ଼ନ୍ତୁ
ଦାବିଗୁଡ଼ିକ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଭାରତବର୍ଷର ପ୍ରବାସୀ ଶ୍ରମିକମାନଙ୍କୁ ସିଧାସଳଖ ଆସନ୍ତା ୬ ମାସ ପାଇଁ ମାସକୁ ୭୫୦୦ ଟଙ୍କା ଲେଖାଏଁ ସେମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ ଓ ତତ୍କାଳ ୧୦ ହଜାର ଟଙ୍କା ଅଗ୍ରୀମ ଆକାରରେ ସେମାନଙ୍କ ଖାତାରେ ଜମା କରାଯାଉ। ନଚେତ୍ ଦେଶରେ ଅନାହାର ମୃତ୍ୟୁଜନିତ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବ ।
ସେହିପରି କୃଷକମାନଙ୍କର ରବି ଫସଲ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି। ମାର୍ଚ୍ଚ ମାସ ୨୫ ତାରିଖରୁ ଆଜି ପର୍ଯ୍ୟନ୍ତ କୃଷକମାନେ ତାଙ୍କର ଉତ୍ପାଦିତ ଦ୍ରବ୍ୟ ଯଥା ପନିପରିବା ଠାରୁ ଆରମ୍ଭ କରି ଧାନ, ମୁଗ, ବିରି ବଜାରରେ ବିକ୍ରୀ କରିପାରିଲେ ନାହିଁ। ରବି ଋତୁର ଋଣ ଏବଂ ଋଣ ଉପରେ ସୁଧ କୃଷକଙ୍କ ମୁଣ୍ଡ ଉପରେ ନଳିତା ବିଡ଼ା ସଦୃଶ। ଖରିଫ ଫସଲ ଆରମ୍ଭ ହେବ କିନ୍ତୁ ଚାଷୀ ହାତରେ ଟଙ୍କା ନାହିଁ। ଚାଷୀଙ୍କୁ ଖରିଫ ଚାଷ ପାଇଁ ସବୁପ୍ରକାର ସହାୟତା ପ୍ରଦାନ କରାଯାଉ।ସେହିପରି ପ୍ରବାସୀ ଶ୍ରମିକମାନଙ୍କୁ ତୁରନ୍ତ କେନ୍ଦ୍ର ସରକାର ଟ୍ରେନ ଯୋଗେ ସେମାନଙ୍କ ଅଞ୍ଚଳରେ ପହଂଚିବାର ବ୍ୟବସ୍ଥା କରନ୍ତୁ। ଶ୍ରମିକଙ୍କୁ ନିର୍ଦ୍ଧିଷ୍ଟ ରାଜ୍ୟର ଶ୍ରମିକ ନକହି ସେମାନଙ୍କୁ ଭାରତବର୍ଷର ଶ୍ରମିକ ଭାବେ ଶୀଘ୍ର ସେମାନଙ୍କୁ ଫେରାଇ ଆଣିବା, ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଇବାକୁ କଂଗ୍ରେସ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସୋସିଆଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
[ad_2]