ରାଜ୍ୟ

ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର(ସତ୍ୟଶିଖା): ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିପାରନ୍ତି। ଏପରିକି ରାଜ୍ୟ ସରକାରଙ୍କ ସହ ବୈଠକ କରିବାର ସମ୍ଭାବନା ରହିଛି। ସେଥିପାଇଁ ଏୟାରପୋର୍ଟରେ ସୁରକ୍ଷା ତଦାରଖ କଲେ ବରିଷ୍ଠ ପୁଲିସ ଅଧିକାରୀ। ସୁରକ୍ଷା ସ୍ଥିତି ତଦାରଖ କରୁଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, ସିପି ସୁଧାଂଶୁ ଷଡ଼ଙ୍ଗୀ ଓ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ତେବେ ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କିନ୍ତୁ କିଛି ସୂଚନା ମିଳିନି।

ଆହୁରି ପଢ଼ନ୍ତୁ

ବାତ୍ୟା ‘ଅମ୍ଫାନ’ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି। ଓଡ଼ିଶାର ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ମାଟି ଘର ଭାଙ୍ଗିଥିବା ବେଳେ ଚାଳ ଛପର ଉଡାଇ ନେଇଛି। ଏହାଛଡ଼ା ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଏହି ଜିଲ୍ଲାରେ ବିଦ୍ୟୁତ୍‌ ସରବରାହ ଏକ ପ୍ରକାର ଠପ୍‌ ହୋଇଯାଇଛି।

ବାତ୍ୟା ‘ଅମ୍ଫାନ’ ଓଡ଼ିଶା ଅତିକ୍ରମ କରି ପଶ୍ଚିମବଙ୍ଗରେ ତାଣ୍ଡବ ଖେଳାଇଛି। ସେଠାରେ ବ୍ୟାପକ କ୍ଷତି କରିଛି। ୭୨ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଏଭଳି ଭୟାନକ ତାଣ୍ଡବ ପୂର୍ବରୁ କେବେ ଦେଖିନଥିଲେ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ବାତ୍ୟାରେ ହଜାର ହଜାର ଘର ଭାଙ୍ଗିଯାଇଥିବାବେଳେ ରାଜ୍ୟ ସରକାର ୬ ଲକ୍ଷ ଲୋକଙ୍କୁ ବାତ୍ୟା ପୂର୍ବରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତି ଦେଖିବା ଦରକାର ବୋଲି ସେ କହିଛନ୍ତି।

[ad_2]
Show More
Back to top button