ରାଜ୍ୟ

ଆସନ୍ତାକାଲିଠୁ ସବୁ କର୍ମଚାରୀ ଆସିବେ ଅଫିସ୍

ଭୁବନେଶ୍ୱର(ସତ୍ୟଶିଖା): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ଅଫିସ ଆସିବା ଉପରେ ରହିଥିବା କଟକଣାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଛନ୍ତି। ଆସନ୍ତାକାଲିଠୁ ସମସ୍ତ କର୍ମଚାରୀ ଅଫିସ୍ ଆସିବେ। ତେବେ କର୍ମଚାରୀମାନଙ୍କୁ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, କେତେକ କର୍ମଚାରୀଙ୍କୁ ଛାଡ଼ିଲେ ଅନ୍ୟ ସମସ୍ତ ବିଭାଗ ଓ ଅନ୍ୟାନ୍ୟ ସରକାରୀ ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ ଆସନ୍ତାକାଲିଠୁ ଡ୍ୟୁଟି କରିବେ। ତେବେ ଯେଉଁ ସରକାରୀ କର୍ମଚାରୀ ଇନଫ୍ଲୁଏଜା ଯୋଗୁ ଅସୁସ୍ଥ ଥିବେ ଅବା ନିଶ୍ୱାସପ୍ରଶ୍ୱାସ ନେବାରେ ଗୁରୁତର ସମସ୍ୟା ଅନୁଭବ କରୁଥିବେ ସେମାନେ ଅଫିସ ଆସିବେ ନାହିଁ ଓ ଛୁଟି ପାଇଁ ଘରେ ରହିପାରିବେ। ସେହିପରି ଯେଉଁ କର୍ମଚାରୀମାନେ କଣ୍ଟେନମେଣ୍ଟ ଜୋନରେ ରହୁଥିବେ, ସେମାନେ ଅଫିସ୍ ଆସିବେ ନାହିଁ ଓ ନିଜର ଉପରିସ୍ତ ଅଧିକାରୀଙ୍କୁ ଅବଗତ କରିବେ । ସାମାଜିକ ଦୂରତ୍ୱ ନିୟମକୁୂ ଅଫିସରେ କଡ଼ାକଡ଼ି ଭାବେ ସମ୍ପୃକ୍ତ ଅଫିସ ଦାୟିତ୍ୱରେ ଥିବା ଅଧିକାରୀ ପାଳନ କରିବେ। ଯଦି ଅଫିସ ଜାଗା କମ୍ ଥିବ ତା’ହେଲେ ବିଭାଗ ପକ୍ଷରୁ ସେଠାରେ ରୋଷ୍ଟେର ଡ୍ୟୁଟି ବ୍ୟବସ୍ଥା କରାଯିବ। ଯାହାଫଳରେ ସରକାରୀ କାମ ପ୍ରଭାବିତ ହେବ ନାହିଁ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତିନି ପର୍ଯ୍ୟାୟ ଲକଡାଉନବେଳେ ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ଅଫିସ୍ ଆସିବାକୁ ନିୟନ୍ତ୍ରଣ କରିଥିଲେ। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଜିଠୁ ଲାଗୁ ହୋଇଥିବାବେଳେ ଅସୁସ୍ଥ କର୍ମଚାରୀ ଓ କଣ୍ଟେନମେଣ୍ଟ ଜୋନରେ ରହୁଥିବା କର୍ମଚାରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଅଫିସ୍ ଆସିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

[ad_2]
Show More
Back to top button