ଆର୍ମିର ବରିଷ୍ଠ କମାଣ୍ଡରମାନଙ୍କ ସହ ସେନାଧ୍ୟକ୍ଷଙ୍କ ବୈଠକ

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଅନ୍ୟପଟେ ସେନାଧ୍ୟକ୍ଷ ଜେନେରାଲ ଏମଏମ ନରଭାଣେ ଆର୍ମିର ବରିଷ୍ଠ କମାଣ୍ଡରମାନଙ୍କ ସହ ବୈଠକ କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ବୈଠକ ଆସନ୍ତାକାଲି ମଧ୍ୟ ଜାରି ରହିବ।

ବୈଠକରେ ସୀମା ସୁରକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନର ହୋଇଛି। ବିଶେଷ କରି ଲଦାଖ ଓ ଉତ୍ତର ସିକ୍କିମରେ ଚାଇନା ଚଳାଇଥିବା ହରକତର ମୁକାବିଲା ବାବଦରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଆହୁରି ପଢ଼ନ୍ତୁ

ଗତକାଲି ୩ ସେନାମୁଖ୍ୟ, ସିଡିଏସ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ କରିଥିଲେ। ଏହି ସମୟରେ ଚାଇନା ସ୍ଥିତର ସମୀକ୍ଷା କରାଯାଇଥିଲା। ଚାଇନା ଲଦାଖ ସୀମାରେ ପ୍ରାୟ ୫ ହଜାର ସୈନ୍ୟ ମୁତୟନ କରିଛି।

ଏହାର ମୁକାବିଲା କରିବା ପାଇଁ ଭାରତ ପକ୍ଷରୁ ମଧ୍ୟ ଯବାନମାନଙ୍କୁ ସୀମାରେ ଆଲର୍ଟ କରାଯାଇଛି। ଏପରି କି ଚାଇନା ଲଦାଖ ସୀମାରେ ଏୟାରବେସ ନିର୍ମାଣ କରିବା ସହ ଅସ୍ଥାୟୀ କ୍ୟାମ୍ପ ତିଆରି କରିବାରେ ଲାଗିଛି। ଏସବୁ ଭିତରେ ଭାରତ ପକ୍ଷରୁ ମଧ୍ୟ ଘନଘନ ବୈଠକ କରାଯାଉଛି।

[ad_2]
Exit mobile version