ଆରୋଗ୍ୟ ହେଲେ ଆଉ ୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ ଆଉ ୧୪ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ କେନ୍ଦ୍ରାପଡ଼ାରୁ ଜଣେ, ଭୁବନେଶ୍ୱରରୁ ୩ ଜଣ, ବାଲେଶ୍ୱରରୁ ୩ ଓ ଭଦ୍ରକରୁ ୭ ଜଣ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆଜି ସୁଦ୍ଧା ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ

ଆଜି ସୁଦ୍ଧା ରାଜ୍ୟରେ ୧୪୮ ଜଣ ‘କରୋନା’ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୯୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। କେନ୍ଦ୍ରାପଡ଼ା କରୋନା ମୁକ୍ତ ହୋଇଛି।



[ad_2]

↑
Exit mobile version