ଆରମ୍ଭ ହେଲା ଚୀନକୁ ବୟକଟ କରିବା ପ୍ରକ୍ରିୟା, ସରକାର ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୁଲଓ୍ୱାନ ଉପତ୍ୟକାର ସୀମାରେ ୨୦ ବୀର ଯବାନ ଶହୀଦ ହେବାର ପ୍ରତିଶୋଧ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛି ଭାରତ। ଚୀନ କମ୍ପାନୀର ଟେଲିକମ୍ ଜିନିଷ ବ୍ୟବହାର କମାଇବାକୁ ବିଏସଏନଏଲକୁ କହିଛି ଭାରତ। ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ନିଷ୍ପତ୍ତି କ୍ରମେ ବିଏସଏନଏଲକୁ ଏଭଳି ନିର୍ଦ୍ଦେଶ ଦେଇଛି ଟେଲିକମ ମନ୍ତ୍ରାଳୟ। ଏମିତିକି ୪ଜି ନେଟଓ୍ୱର୍କ ପାଇଁ ଯଦି କୌଣସି ବିଡିଂ ହୋଇଛି ତାହାଲେ ପୁନର୍ବାର ବିଚାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଏହା ବ୍ୟତୀତ ଟେଲିକମ ମନ୍ତ୍ରାଳୟ ଘରୋଇ କମ୍ପାନୀମାନଙ୍କୁ ମଧ୍ୟ ସମାନ ନିର୍ଦ୍ଦେଶ ଦେବାକୁ କହିଛି। ଭାରତର ସମସ୍ତ ବଡ ଇଣ୍ଟରନେଟ୍ କମ୍ପାନୀ ଗୁଡିକରେ ଚାଇନାର ବିପୁଳ ନିବେଶ ରହିଛି। ପରିସଂଖ୍ୟାନ ଅନୁଯାୟୀ, ଟେଲିକମ୍ ଉପକରଣର ବଜାର ହେଉଛି ୧୨ ହଜାର କୋଟି, ଯେଉଁଥିରେ ଚାଇନାର ଉତ୍ପାଦର ଅଂଶ ପ୍ରାୟ ୨୫ ପ୍ରତିଶତ ରହିଛି।

ଟେଲିକମ୍ କମ୍ପାନୀଗୁଡିକ ଅନୁଯାୟୀ, ଯଦି ସେମାନେ ଚାଇନା ତୁଳନାରେ ଆମେରିକୀୟ ଏବଂ ୟୁରୋପୀୟ ଟେଲିକମ୍ ଉପକରଣ କିଣିବାକୁ ଚିନ୍ତା କରନ୍ତି, ତେବେ ସେମାନଙ୍କର ମୂଲ୍ୟ ୧୦-୧୫% ବୃଦ୍ଧି ପାଇବ। ହେଲେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏବେ ଟେଲିକମ କମ୍ପାନୀମାନେ ଚୀନ ଜିନିଷ ଉପରେ କମ୍ ନିର୍ଭର କରିବେ।

[ad_2]
Exit mobile version