ନ୍ୟୁଜ୍
ଆମ ବସ୍ରେ ଲାଗିଲା ନିଆଁ ।


ସତ୍ୟଶିଖା :୦୬/୦୫/୨୦୨୫: ଭୁବନେଶ୍ୱର ରେଳଷ୍ଟେସନରୁ ନନ୍ଦନକାନନ ଯାଉଥିବା ୧୧ ନମ୍ବର ରୁଟ୍ରେ ଯାଉଥିବା ଆମ୍ ବସ୍ରେ ଲାଗିଲା ନିଆଁ । ବସ୍ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ଅନେକ ଯାତ୍ରୀ ।
ଖବର ଅନୁଯାୟୀ, ଭୁବନେଶ୍ୱର ରେଳଷ୍ଟେସନରୁ ନନ୍ଦନକାନନ ଯାଉଥିବା ୧୧ ନମ୍ବର ବସ୍ । ଏହି ସମୟରେ ହଠାତ୍ ବସ୍ରୁ ଧୁଆଁ ବାହାରିଥିଲା । ଯାହାଫଳରେ ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତେବେ ଚଳନ୍ତାରେ ବସ୍ରେ ଧୁଆଁ ବାହାରୁଥିବା ଦେଖି ଡ୍ରାଇଭର ଜଣଙ୍କ ଗାଡ଼ିକୁ ରାସ୍ତା କଡ଼ରେ ଛିଡା କରିଥିଲେ । ଏହାପରେ ସମସ୍ତ ଯାତ୍ରୀଙ୍କୁ ବସ୍ରୁ ବାହାରିବାକୁ କହିଥିଲେ । ସମସ୍ତ ଯାତ୍ରୀ ବସ୍ରୁ ବାହାରିଥିଲେ । ତେବେ ବସ୍ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଲାଗି ଅନେକ ଯାତ୍ରୀ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି ।