ଦେଶନ୍ୟୁଜ୍ବିଦେଶ

ଏମାନେ ପୁଣି ଲଢିବେ ଭାରତୀୟ ଯବାନଙ୍କ ସହିତ l

ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୩.୦୯.୨୦୨୦ : ଭାରତ-ଚୀନ ମଧ୍ୟରେ ଲଦାଖରେ ଅନେକ ମାସ ଧରି ଚାଲିଥିବା ସୀମା ବିବାଦ କାରଣରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଦୁଇ ଦେଶର ସେନା ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ବଡ ସଂଖ୍ୟାରେ ସୈନ୍ୟ ଠୁଳ କରି ରଖିଛନ୍ତି। ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ହେଲେ ଭାରତୀୟ ସେନାଙ୍କ ପରାକ୍ରମ ନେଇ  ଚୀନ ସୈନିକ ବିଚଳିତ ଅଛନ୍ତି । ଚୀନ ସୈନିକ କେତେ ଭୟଭୀତ ଅଛନ୍ତି ତାହା ନିକଟରେ ଭାଇରାଲ ଏକ ଭିଡିଓରେ ଦେଖିବାକୁ ମିଳିଛି । ପଡୋଶୀ ଦେଶର ସୈନିକ ଏହି ପରି ଭୟଭୀତ ଅଛନ୍ତି ଯେ, ସେମାନଙ୍କର ପୋଷ୍ଟିଂ ଏଲଏସିରେ ହେଉଥିବା ଖବର ଶୁଣି ଆଖିରେ ଲୁହ ଚାଲି ଆସୁଛି । ସାମାଜିକ ଗଣମାଧ୍ୟମରେ ପିପୁଲ୍ସ ଲିବେରେସନ(ପିଏଲଏ)ର ସୈନିକ କାନ୍ଦୁଥିବା ଭିଡିଓ ସାମ୍ନାକୁ ଆସିଛି। କୁହାଯାଉଛି ଚୀନ ସୈନିକ କାନ୍ଦିବାର କାରଣ ହେଉଛି ସେମାନଙ୍କୁ ଲଦାଖରେ ମୁତୟନ କରାଯାଉଛି ।ପାକିସ୍ତାନର କମେଡିୟାନ ଜୈଦ ହାମିଦ ସେପ୍ଟେମ୍ବର ୨୨ରେ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓରେ କିଛି ଚୀନ ସୈନିକ ଏକ ବସରେ ଯାଉଥିବା ଦେଖିବାକୁ ମିଳିଛି । ହେଲେ ସମସ୍ତେ କାନ୍ଦୁଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ସୈନିକଙ୍କ କାନ୍ଦିବାର କାରଣ ସେମାନଙ୍କର ପୋଷ୍ଟିଂ ଲଦାଖ ସୀମାରେ ହେବାକୁ ଯାଉଛି । ତାଇଓ୍ଵାନ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ବସରେ ବସିଥିବା ଚୀନ ସୈନିକ ପିଏଲଏର ଗୀତ ‘ଗ୍ରୀନ ଫ୍ଲାଓ୍ଵର୍ସ ଇନ ଦ ଆର୍ମି’ ସଙ୍ଗୀତକୁ ବହୁତ ମୁସ୍କିଲରେ କାନ୍ଦି କାନ୍ଦି ଗାଉଛନ୍ତି ।ଏହି ଭିଡିଓକୁ ସର୍ବପ୍ରଥମେ ଓ୍ଵିଚାଟ୍‌ର ଫୁୟାଙ୍ଗ ସିଟି ଓ୍ଵିକଲିର ପୃଷ୍ଠାରେ ଅପଲୋଡ୍ କରାଯାଇଥିଲା । ମାତ୍ର ପରେ ଏହି ଭିଡିଓକୁ ହଟାଇ ଦିଆଯାଇଛି । ପ୍ରକୃତ ଫୁଟେଜ୍‌ରେ ୟିଙ୍ଗଝାଉ ଜିଲ୍ଲାର କୁୟାଙ୍ଗ ସିଟିର ୧୦ ନୂତନ ସୈନିକ ଦେଖିବାକୁ ମିଳିଛନ୍ତି । ଭିଡିଓ ଜରିଆରେ ଦାବି କରାଯାଇଛି ଯେ, ସଦ୍ୟତମ ନିଯୁକ୍ତିରେ କଲେଜ୍‌ ଛାତ୍ରଙ୍କୁ ସେନାରେ ଭର୍ତ୍ତି କରାଯାଉଥିଲା । ତାଇଓ୍ଵାନ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏହି ଭିଡିଓ କଥିତ ଭାବେ ଫୁୟାଙ୍ଗ ରେଲଓ୍ଵେ ଷ୍ଟେସନରେ ସୁଟିଂ କରାଯାଇଥିଲା । ସେତିକି ବେଳେ ସୈନିକ ହୁବେଇ ପ୍ରାନ୍ତର ଏକ ସୈନ୍ୟ ଶିବିରକୁ ଯିବାକୁ ପ୍ରସ୍ତୁତ କରୁଥିଲେ ।

Show More
Back to top button