ଆମେରିକା ସହିତ ବଢ଼ୁଥିବା ସମ୍ପର୍କକୁ ଦେଖି ଭାରତକୁ ଧମକ ଦେଲା ଚୀନ୍


ବେଜିଂ: କରୋନା ମହାମାରୀ ପରେ ବିଶ୍ୱରେ ଭାରତର ପତିଆରି ପତିଆରି ବଢ଼ୁଥିବା ଦେଖି ବିଚଳିତ ହୋଇଛି ବେଜିଂ। ଜି-୭ ବୈଠକ ପାଇଁ ଆମେରିକା ରାଷ୍ଟ୍ରପତି ଭାରତକୁ ସାମିଲ୍ କରିବାକୁ ଇଚ୍ଛା ପ୍ରକାଶ କରିବା ପରେ ବିଚଳିତ ହୋଇଛି ଚୀନ୍। ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସ ଜରିଆରେ ବେଜିଂ ଏବେ ଭାରତକୁ ଚେତାବନୀ ଦେଇଛି। ଆଗାମୀ ଦିନରେ ଚୀନ୍ ବିରୋଧୀ ଗୋଷ୍ଠୀରେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ରବିବାର ଚୀନ ସରକାର ଗ୍ଲୋବାଲ୍ ଟାଇମ୍ସ ଜରିଆରେ କହିଛନ୍ତି।
କରୋନା ମହାମାରୀ, ହଂକଂ, ତାଇଓ୍ୱାନ ପ୍ରସଙ୍ଗରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି। ଏହି ସମୟରେ ଆମେରିକା ସହିତ ଭାରତ ରହିଲେ ଆଗାମୀ ଦିନରେ ଲାଭ କମ୍ କ୍ଷତି ଅଧିକ ସହିବାକୁ ହେବ ବୋଲି ଚୀନର ମୁଖପାତ୍ର ଗ୍ଲୋବାଲ୍ ଟାଇମ୍ସ କହିଛି। ଅନ୍ୟପଟେ କରୋନା ମହାମାରୀ ପାଇଁ ଏବେ ଭାରତରେ ଚୀନ୍ ବିରୋଧୀ ନାରା ତେଜିଛି। ଏହା ଠିକ୍ ନୁହେଁ ବୋଲି ଚୀନ୍ ସରକାର କହିଛନ୍ତି। ଭାରତ ସରକାର ଏହି ନାରାକୁ ସମର୍ଥନ କରିବା ଠିକ୍ ନୁହେଁ। ଆମେରିକାର ପ୍ରିୟଭାଜନ ହେଲେ ଆଗାମୀ ଦିନରେ ଏସିଆ ମହାଦେଶ ଟ୍ରେଡ୍ ବେଳେ ଭାରତ ଅନେକ କ୍ଷତିରେ ସହିବ ବୋଲି ଗ୍ଲୋବାଲ୍ ଟାଇମ୍ସ ଜରିଆରେ ଚୀନ ଭାରତକୁ ଧମକ ଦେଇଛି। ତେବେ ଭାରତ ଏବେ ଏହି ପ୍ରସଙ୍ଗରେ କୌଣସି ଜବାବ ରଖିନାହିଁ।
ଆହୁରି ପଢ଼ନ୍ତୁ
ସୂଚନାଯୋଗ୍ୟ, କରୋନା ମହାମାରୀ ପରେ ଭାରତ ଅନେକ ଦେଶକୁ ଔଷଧ ରପ୍ତାନୀ କରି ଆମେରିକା ସହିତ ଅନେକ ଦେଶର ପ୍ରିୟଭାଜନ ହୋଇଛି। ଏହାପରେ ଭାରତ ସହିତ ଅନେକ ଦେଶ ମଧ୍ୟ ଚୀନ ସାମଗ୍ରୀକୁ ବୟକଟ କରିବା ପାଇଁ ଆହ୍ୱାନ କରିଛନ୍ତି। ଏହାପରେ ହଠାତ୍ ଲଦାଖ ସୀମାରେ ଚୀନ୍ ଅଧିକ ସେନା ମୁତୟନ କରି ସୀମା ବିବାଦକୁ ବଢ଼ାଇଛି। ଯଦିଓ ସବୁକିଛି ଠିକ୍ ଠାକ ଅଛି ବୋଲି କୁହାଯାଇଛି ହେଲେ ଦୁଇ ଦେଶ ନିଜ ନିଜର ଲଢ଼ୁଆ ବିମାନକୁ ସୀମାରେ ମୁତୟନ କରିଛନ୍ତି। ଜୁନ୍ ୬ରେ ଦୁଇ ଦେଶର ସରକାରୀ ଅଧିକାରୀ ବୈଠକ ରହିଛି।
ସେହିପରି ଜି-୭ ବୈଠକରେ ଆମେରିକା ଭାରତ ସମେତ ୪ଟି ଦେଶକୁ ସାମିଲ୍ କରିବାକୁ ଇଚ୍ଛା ପ୍ରକାଶ କରିଛି। ଏଥିପାଇଁ ଚଳିତ ମାସରେ ହେବାକୁ ଥିବା ଜି-୭ ବୈଠକକୁ ବାତିଲ୍ କରି ସେପ୍ଟେମ୍ୱରରେ କରିବାକୁ ନିଷ୍ପତ୍ତି ନେଇଛି ଆମେରିକା। ଏହି ବୈଠକରେ ଭାରତ ଓ ଅନ୍ୟାନ୍ୟ ଦେଶକୁ ଆମେରିକା ସାମିଲ୍ କରିବାର ଉଦ୍ଦେଶ୍ୟ ଚୀନକୁ କାଉଣ୍ଟର କରିବା ବୋଲି ହ୍ୱାଇଟ୍ ହାଉସର ମୁଖପାତ୍ର ପୂର୍ବରୁ କହିଛନ୍ତି।