ରାଜ୍ୟଶିକ୍ଷା

ଆସନ୍ତା ୨୮ରେ ଓପିଏସ୍‌ସି ପରୀକ୍ଷା

ସତ୍ୟଶିଖା(ଭୁବନେଶ୍ୱର) ୨୬.୦୪.୨୦୨୧:  ଆସନ୍ତା ୨୮ ତାରିଖରେ ଓଡ଼ିଶା ଲୋକସେବା ଆୟୋଗ ତଥା OPSC ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ଗତକାଲି ହେବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ହେଲେ ସପ୍ତାହାନ୍ତ ସଟଡାଉନ ଯୋଗୁଁ ଏହାକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣ ବଢୁଥିବାରୁ ପରୀକ୍ଷାକୁ ଆହୁରି ଘୁଞ୍ଚାଇବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି। ଏଥର ଓଡ଼ିଶା ଓ ଓଡ଼ିଶା ବାହାରର ପାଖାପାଖି ୨୦୦୦ ଛାତ୍ର ଛାତ୍ରୀ ଏହି ପରୀକ୍ଷା ଦେବେ। ତେବେ କରୋନା କାଳରେ କିଭଳି ପରୀକ୍ଷା ଅନୁଷ୍ଠିତ କରିଯାଉଛି ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ। ଆଗରୁ ଏମ୍ସ ଓ ନିଟ୍‌ ପରୀକ୍ଷା ବାତିଲ ହୋଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ ପାଇଁ ଦାବି ହୋଇଛି। ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ଟୁଇଟ୍‌ କରି ନିବେଦନ କରିଛନ୍ତି।

Show More
Back to top button