ଦେଶ

ମନମୋହନ ସିଂହଙ୍କୁ ଜ୍ୱର ହେବାର କାରଣ କହିଲା ଏମ୍ସ

ନୂଆଦିଲ୍ଲୀ: ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏବେ ସେ ଏମ୍ସର କାର୍ଡିଓ-ଥୋରାସିକ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଚିକିତ୍ସାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ରହିଛନ୍ତି।

ଆହୁରି ପଢ଼ନ୍ତୁ

ଜ୍ୱରରେ ଆକ୍ରାନ୍ତ ଥିବାରୁ ଡାକ୍ତରମାନେ ତାଙ୍କର ବିଭିନ୍ନ ପରୀକ୍ଷା କରିଥିଲେ। ୮୭ ବର୍ଷୀୟ ଏହି ନେତା ଏକ ନୂଆ ଔଷଧ ଖାଇବା ପରେ ଏହାର ପ୍ରତିକ୍ରିୟା ଦେଖାଦେଇଛି। ତେଣୁ ଶରୀରରେ ଜ୍ୱର ରହିଛି। ସେହିପରି ଜ୍ୱର ହେବାର ଅନ୍ୟ କାରଣ ଥାଇପାରେ ବୋଲି ମଧ୍ୟ ଡାକ୍ତରମାନେ ଆଶଙ୍କା କରିଛନ୍ତି। ତେଣୁ ଡାକ୍ତରମାନେ ଏବେ ବି ତାଙ୍କର ଚିକିତ୍ସା ଜାରି ରଖିଛନ୍ତି।

କଂଗ୍ରେସର ଏହି ବରିଷ୍ଠ ନେତା ଏବେ ରାଜସ୍ଥାନର ରାଜ୍ୟସଭା ସାଂସଦ। ୨୦୦୪ରୁ ୨୦୧୪ ଯାଏ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ୨୦୦୯ରେ ଏମ୍ସରେ ତାଙ୍କର ବାଇପାସ ସର୍ଜରୀ ହୋଇଥିଲା।

[ad_2]
Show More
Back to top button