ଦେଶ

ଆମେରିକାରେ ଭୟଙ୍କର ସ୍ଥିତି ଆଣିପାରେ କରୋନା ଭାଇରସ

ୱାଶିଂଟନ: ଚାଇନା ପରେ ଇଟାଲୀ, ସ୍ପେନ ଓ ଫ୍ରାନ୍ସରେ କରୋନା ଭାଇରସ ତାଣ୍ଡବ ରଚିବାରେ ଲାଗିଛି। ଏବେ ଆମେରିକା ସ୍ଥିତି ମଧ୍ୟ ସମାନ ଭାବେ କରୋନା ଭାଇରସ ଯୋଗୁ ବିଗିଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖପାତ୍ର ମାରଗ୍ରେଟ ହ୍ୟାରିସ କହିଛନ୍ତି, କରୋନା ଭାଇରସ ଆମେରିକାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

ଆହୁରି ପଢ଼ନ୍ତୁ

ଗତ ୨୪ ଘଣ୍ଟାରେ ୟୁରୋପ ମହାଦେଶ ଓ ଆମେରିକାରେ ୮୫% କରୋନା ଭାଇରସ ଜିନତ ମାମଲା ସାମ୍ନାକୁ ଆସିଛି। ଏଥି ମଧ୍ୟରୁ ୪୦% କରୋନା ଜନିତ ମାମଲା ଆମେରିକାରେ ଦେଖିବାକୁ ମିଳିଛି। ଆଜି ସୁଦ୍ଧା ଆମେରିକାରେ ୫୪,୯୪୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିରେ ୭୮୪ ଜଣ ପ୍ରାଣ ହରାଇଛନ୍ତି।

ପ୍ରତି ୩ ଦିନରେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଉଛି। ତେଣୁ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି ବୋଲି ହ୍ୟାରିସ କହିଛନ୍ତି।
ଦିନକୁ ଦିନ କରୋନା ଭାଇରସ ଆମେରିକା ସ୍ଥିତି ବିଗାଡ଼ୁଥିବାରୁ ରାଷ୍ଟ୍ରପତି ଟ୍ରମ୍ପ ଦେଶରେ ଏକାଧିକ କଟକଣା ଲଗାଇଛନ୍ତି। ଆମେରିକା ଲାଗୁଥିବା ସମସ୍ତ ଅନ୍ତର୍ଜାତୀୟ ସୀମାକୁ ସିଲ ମଧ୍ୟ କରି ଦିଆଯାଇଛି। ତଥାପି ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି।

[ad_2]
Show More
Back to top button