ରାଜ୍ୟ

ଆମାନିଆଙ୍କୁ ସାବାଡ୍‌ କରିବ ସୋଶାଲ ଡିସ୍‌ଟାନ୍ସ ଏନଫୋର୍ସମେଣ୍ଟ ସ୍କ୍ୱାଡ୍

ଭୁବନେଶ୍ୱର (ସତ୍ୟଶିଖା): ଲୋକଙ୍କୁ ସଚେତନ କରିବା ଲାଗି କମିଶନରେଟ୍ ପୁଲିସ ପକ୍ଷରୁ ସୋଶାଲ ଡିସଟାନ୍ସ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି। ୧୦ ଜଣ ପୁଲିସ କର୍ମଚାରୀଙ୍କୁ ନେଇ ଏହି ସ୍କ୍ୱାଡ୍ ଗଠନ ହୋଇଛି। ଜଣେ ଅଫିସର ଏହାର ତଦାରଖ କରିବେ।

ଆହୁରି ପଢ଼ନ୍ତୁ

ଏହି ପୁଲିସ କର୍ମଚାରୀମାନେ ବଜାର ହାଟରେ ବୁଲି ଲୋକଙ୍କୁ ସଚେତନ କରିବେ। ଏହାସହ ଲୋକେ ମାସ୍କ ପିନ୍ଧୁଛନ୍ତି କି ନାହିଁ, ସମଦୂରତା ଅବଲମ୍ବନ କରୁଛନ୍ତି କି ନାହିଁ ତାହାର ତଦାରଖ କରିବେ। ଯଦି କେହି ନିୟମ ଭାଙ୍ଗୁଥିବ ସେମାନଙ୍କୁ ୧୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା କରିବେ। ଆଜିଠୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।

କ୍ୟାପିଟାଲ ଥାନା ଏସିପି କହିଛନ୍ତି,“ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଦ୍ୱାରା କରୋନାକୁ ବହୁ ମାତ୍ରାରେ ପ୍ରତିହତ କରାଯାଇପାରିବ। ଲୋକମାନେ ଏହି ନିୟମକୁ ସୂଚାରୁ ରୂପେ ମାନୁଛନ୍ତି କି ନାହିଁ, ତାହାର ତଦାରଖ କରିବା ପାଇଁ କମିଶନେରେଟ୍ ପୁଲିସ୍ ପକ୍ଷରୁ ସ୍ପେଶାଲ ସ୍କ୍ୱାଡ ଗଠନ କରାଯାଇଛି। ଏହି ସ୍କ୍ୱାଡ ମାଧ୍ୟମରେ ଆମେ ବଜାର ଓ ହାଟ ଉପରେ ତୀକ୍ଷ୍ନ ନଜର ରଖିପାରିବୁ। ଯେଉଁମାନେ ନିୟମକୁ ଉଲ୍ଲଘଂନ କରିବେ, ସେମାନଙ୍କ ପାଖରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ ଆଦାୟ କରାଯିବ।”

[ad_2]
Show More
Back to top button