ଆଫ୍ରିଦିଙ୍କୁ ଦେଖି କର୍ତ୍ତବ୍ୟ ଭୁଲିଗଲେ ଉଦ୍ଧାରକାରୀ ଟିମ୍, ଉଠାଇଲେ ଫଟୋ


କରାଚି: କ୍ରିକେଟ ପରେ ରାଜନୀତି ଆଡ଼କୁ ପାକିସ୍ତାନର ପୂର୍ବତନ କ୍ରିକେଟର ଶହିଦ ଆଫ୍ରିଦି ମୁହାଁଉଥିବା ଦେଖିବାକୁ ମିଳିଛି। ଶୁକ୍ରବାର କରାଚିରେ ବିମାନ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଶହିଦ ଆଫ୍ରିଦି ପହଞ୍ଚିଥିଲେ। ତେବେ ଆଫ୍ରିଦିଙ୍କୁ ଦେଖି ଉଦ୍ଧାରକାରୀ ଟିମ୍ ନିଜ କର୍ତ୍ତବ୍ୟ ଭୁଲି ଆଫ୍ରିଦିଙ୍କ ଫଟୋ ଉଠାଉଥିବା ଦେଖିବାକୁ ମିଳଛି।
ଏହାକୁ ନେଇ ନିଜ ଦେଶରେ ଅସନ୍ତୋଷର ଶିକାର ହୋଇଛନ୍ତି ଆଫ୍ରିଦି। ପାକିସ୍ତାନର ପୂର୍ବତନ ସାଂସଦ ବୁଶ୍ରା ଗୋହର ଟୁଇଟ୍ କରି ଆଫ୍ରିଦିଙ୍କୁ ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, ‘ଶହିଦ ଆଫ୍ରିଦିଙ୍କୁ ଉଦ୍ଧାର ସ୍ଥାନକୁ ଯିବାକୁ କାହିଁକି ଅନୁମତି ଦିଆଗଲା? ଡ୍ୟୁଟିରେ ଥିବା ଉଦ୍ଧାରକାରୀ ଦଳ କାହିଁକି ତାଙ୍କୁ ସେଠାରୁ ଯିବାକୁ କହିବା ପରିବର୍ତ୍ତେ କାହିଁକି ଆଫ୍ରିଦିଙ୍କ ଫଟୋ ଉଠାଇଲେ? ଉଦ୍ଧାରକାରୀ ଟିମ୍ ପ୍ରଥମେ ନିଜ କର୍ତ୍ତବ୍ୟ କରିବା ଉଚିତ୍ ଥିଲା ବୋଲି ସେ କହିଛନ୍ତି। ନିଜର ଆତ୍ମପ୍ରଚାର ପାଇଁ ଆଫ୍ରିଦି ଏଭଳି କରିଛନ୍ତି ବୋଲି ସେ କହିଛନ୍ତି।
Why was #ShahidAfridi allowed to visit the rescue site? Why are on duty rescue teams taking photos instead of asking him to leave? #PK8083 rescue efforts incharge should hold an inquiry. Very irresponsible to use a tragic incident for self promotion. #PIAPlaneCrash #PIA https://t.co/1tJ00iA9iR
— Bushra Gohar (@BushraGohar) May 23, 2020
ଆହୁରି ପଢ଼ନ୍ତୁ
ନିକଟରେ ଆଫ୍ରିଦି ଫଟୋ ଉଠାଇବା ପାଇଁ କଶ୍ମୀରରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧର୍ମକୁ ନେଇ ରାଜନୀତି କରିବା କଥା କହିଥିଲେ। ଯାହାର ଜବାବ ଗମ୍ଭୀର, ଧାଓ୍ୱନ ଆଦି ଖେଳାଳି ଦେଇଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର କରାଚିରେ ଲାହୋରରୁ ଆସୁଥିବା ଏକ ବିମାନ ଲ୍ୟାଣ୍ଡିଂ ପୂର୍ବରୁ ଏକ ଆବାସିକ ସ୍ଥାନରେ ଖସି ପଡ଼ିଥିଲା। ବିମାନରେ ଥିବା ୧୦୭ ଜଣଙ୍କ ମଧ୍ୟରୁ ୨ ଜଣ ଜୀବିତ ଥିବା ଜଣାପଡ଼ିଛି।
[ad_2]