ଆଫ୍ରିକାରେ କେମିତି ରହିଛି କରୋନାର ଭୟାବହତା?

ନାଇରୋବି: ଆଫ୍ରିକା ମହାଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦୦ ପାର୍ କରିଛି। ଏଯାଏ ୧,୧୯୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଏହା ଦର୍ଶାଇଛି।

ଇଜିପ୍ଟରେ ୨୯୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦ ଜଣ ମୃତ୍ୟୁ ବରଣ କରିଛନ୍ତି। ଏହାପରେ ଦକ୍ଷିଣ ଆଫ୍ରିକାରେ ୨୪୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ କାହାରି ମୃତ୍ୟୁ ହୋଇନି। ଆଲଜେରିଆରେ ସର୍ବାଧିକ ୧୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୧୩୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଏବେ ୬୫ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଗତକାଲି ଉଗାଣ୍ଡାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ନିକଟରେ ଦୁବାଇରୁ ଫେରିଥିଲେ ବୋଲି ଜଣାପଡ଼ିଛି। ଉଗାଣ୍ଡାର ରାଷ୍ଟ୍ରପତି ୟୋଭେରୀ ମୁସେଭେନି ରବିବାର ମଧ୍ୟରାତ୍ରିରୁ ସମସ୍ତ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।

ପୂର୍ବ ଆଫ୍ରିକାରେ ଥିବା ରୁୱାଣ୍ଡାରେ ଏପର୍ଯ୍ୟନ୍ତ ସର୍ବାଧିକ ୧୭ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ ଗୁରୁବାର ପାଖରୁ ରୁଓ୍ୱାଣ୍ଡା ସରକାର ଏଠାରେ ଲକ୍ ଡାଉନ କରିଛନ୍ତି। ଆଗାମୀ ଦିନରେ ଆଉ ୧୪ ଦିନ ଅଧିକ ଲକ୍ ଡାଉନ ହୋଇପାରେ।

ସେହିପରି ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଜଣେ ଡାକ୍ତର କରୋନାରେ ମୃତ୍ୟୁ ବରଣ କରିଛନ୍ତି। ନିକଟରେ ସେ ଫ୍ରାନ୍ସରୁ ଫେରିଥିଲେ।

[ad_2]
Exit mobile version