ବିଦେଶ

ଆଫଗାନିସ୍ତାନ କୋଇଲା ଖଣିରେ ବିସ୍ଫୋରଣ, ୧୬ ମୃତ

କାବୁଲ୍: ଆଫଗାନିସ୍ତାନର ନର୍ଦର୍ନ ସାମାଙ୍ଗାନ ପ୍ରାନ୍ତର ଦାରା-ଇ-ସୁଫ୍ ବାଲାରେ ଥିବା ଏକ କୋଇଲା ଖଣିରେ  ହୋଇଥିବା ବିସ୍ଫୋରଣରେ ୧୬ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୁଲିସ୍ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ପୁଲିସ୍ ମୁଖ୍ୟ ଶାଫିଉଲ୍ଲା କହିଛନ୍ତି, ଏହି ଦୁଃଖଦ ଘଟଣା ମଙ୍ଗଳବାର ଅପରାହ୍ନରେ ଘଟିଛି ଏବଂ ଏପର୍ଯ୍ୟନ୍ତ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ

ତେବେ ବାକି ୧୦ଜଣଙ୍କର ମୃତଦେହ ଏପର୍ଯ୍ୟନ୍ତ ମିଳିନଥିବା ବେଳେ ସେମାନଙ୍କୁ ଖୋଜିବା ଜାରି ରହିଛି। ସ୍ଥାନୀୟ ଲୋକଙ୍କ ମତରେ ବିସ୍ଫୋରଣ ସମୟରେ ସେଠାରେ ୩୦ରୁ ଅଧିକ ଶ୍ରମିକ ଉପସ୍ଥିତ ଥିଲେ।

କୋଇଲା ଖଣିରେ ଘଟିଥିବା ଏହି ବିସ୍ଫୋରଣରେ ଦୁଃଖ ପ୍ରକାଶ କରିଛନ୍ତି ସ୍ଥାନୀୟ ଗଭର୍ଣ୍ଣର ସିଫାତୁଲ୍ଲା ସାମନଗାନୀ। ଏହା ସହ ସେ ଅଘଟଣ ପାଇଁ ବେଆଇନ୍ ଖୋଳିବା, ସୁରକ୍ଷାରେ ଅବହେଳା ଏବଂ ଆବଶ୍ୟକ ସତର୍କତାକୁ ଦାୟୀ କରିଛନ୍ତି।

[ad_2]
Show More
Back to top button