ଦେଶ

ଆତଙ୍କବାଦୀ ଲିଙ୍କରେ ରାଜନେତା ଗିରଫ, ବିଜେପି କହିଲା ଆମେ ବହିଷ୍କାର କରିଦେଇଛୁ

ଶ୍ରୀନଗର: କୁଖ୍ୟାତ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଆଜି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଜମ୍ମୁ-କଶ୍ମୀରର ଜଣେ ରାଜନେତାଙ୍କୁ ଗିରଫ କରିଛି। ଏହି ରାଜନେତା ଜଣଙ୍କ ହିଜବୁଲ ସଂଗଠନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲେ। ହିଜବୁଲ ଲିଙ୍କରେ ଗିରଫ ହୋଇଥିବା ଜମ୍ମୁ-କଶ୍ମୀରର ବରିଷ୍ଠ ପୁଲିସ୍ ଅଧିକାରୀ ଦବୀନ୍ଦ୍ର ସିଂହଙ୍କ ମାମଲାର ତଦନ୍ତ କରୁଥିବା ସମୟରେ ଏଭଳି ଗିରଫଦାରୀ ହୋଇଛି।

ଆତଙ୍କୀ ଲିଙ୍କରେ ଗିରଫ ହୋଇଥିବା ଶୋପିଆନ ଜିଲ୍ଲା ୱାଚିର ସରପଞ୍ଚ ତାରିକ ଅହମ୍ମଦ ମୀର ୨୦୧୪ରେ ବିଜେପି ଟିକେଟରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ୨୦୧୪ ଡିସେମ୍ବରରେ ଶ୍ରୀନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି କରିଥିଲେ। ଏହି ସମୟରେ ମୋଦିଙ୍କ ସହ ତାରିକ ମଧ୍ୟ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ

ତେବେ ସେ ଗିରଫ ହେବା ପରେ ବିଜେପି ତାଙ୍କ ସହ ବହୁ ଦିନରୁ ସମ୍ପର୍କ ତୁଟାଇ ଦେଇଥିବା କହିଛି। ବିଜେପି ମୁଖପାତ୍ର ଅଲତାଫ ଠାକୁର କହିଛନ୍ତି, ଡିସେମ୍ବର ୨୦୧୮ରେ ହୋଇଥିବା ପଞ୍ଚାୟତ ନିର୍ବାଚନ ଦଳୀୟ ଭିତ୍ତିରେ ହୋଇ ନଥିଲା। ଆମେ ତାରିକଙ୍କୁ ୨୦୧୮ ଅକ୍ଟୋବର ମାସରୁ ହିଁ ଦଳରୁ ବହିଷ୍କୃତ କରିସାରିଛୁ। ସେ ୨୦୧୪ ବିଧାନସଭା ନିର୍ବାଚନ ବେଳେ କେମିତି ଦଳୀୟ ଟିକେଟ ପାଇଥିଲେ, ସେକଥା ଆମେ ଜାଣିନାହୁଁ ବୋଲି ସେ ସଫେଇ ଦେଇଛନ୍ତି।

ତାରିଖଙ୍କୁ ଏନଆଇଏ ଗିରଫ କରିବା ପରେ ଜମ୍ମୁରେ ଥିବା କୋର୍ଟରେ ହାଜର କରାଯାଇଥିଲା। ଏହାପରେ ଅଧିକ ପଚରାଉଚରା ପାଇଁ ତାଙ୍କୁ କୋର୍ଟ ୬ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି। ଗିରଫ ଆତଙ୍କବାଦୀମାନେ ମଧ୍ୟ ଜେରା ବେଳେ ବହିଷ୍କୃତ ବିଜେପି ନେତାଙ୍କ ନାଁ ନେଇଥିଲେ।

[ad_2]
Show More
Back to top button