ବାଣିଜ୍ୟ

ଆଜି ଭାରତରେ ଲଞ୍ଚ୍ ହେଲା Vivo V19

ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ଭିଭୋ ଆଜି ଭାରତରେ ଏକ ନୂଆ ସ୍ମାର୍ଟଫୋନ୍ Vivo V19 ଲଞ୍ଚ୍ କରିଛି। ଏହି ସ୍ମାର୍ଟଫୋନ୍ ପ୍ରଥମେ ମାର୍ଚ୍ଚ ୨୬ରେ ଲଞ୍ଚ୍ ହେବାର ଥିଲା, କିନ୍ତୁ କରୋନା ଭାଇରସ୍ ସଂକ୍ରମଣ ଭୟରେ ଲକଡାଉନ୍ କରାଯିବା ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ବର୍ତ୍ତମାନ କମ୍ପାନୀ ଏହାକୁ ଲଞ୍ଚ୍ କଇଛି।

Vivo V19 ର ଫିଚର:-

ଆହୁରି ପଢ଼ନ୍ତୁ

ଏହି ସ୍ମାର୍ଟଫୋନରେ 6.44 ଇଞ୍ଚ୍ ଫୁଲ୍ HD ପ୍ଲସ୍ ଡିସପ୍ଲେ ରହିଛି। ଏହା କ୍ୱାଲକମ୍ ସ୍ନାପଡ୍ରାଗନ୍ 712 ପ୍ରୋସେସରରେ ଚାଲିବ। ଭିଭୋ V19 ରେ ଆଣ୍ଡ୍ରଏଡ୍ 10 ବେସ୍ଡ ଫନ୍ ଟଚ୍ OS 10 ରହିଛି। ସୁରକ୍ଷା ପାଇଁ ଏହି ସ୍ମାର୍ଟଫୋନରେ ଏକ ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ଦିଆଯାଇଛି। ଏଥିରେ 8 ଜିବି ରାମ୍ ଓ 256ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଅଛି।

ଫଟୋଗ୍ରାଫି ପାଇଁ ଏହି ସ୍ମାର୍ଟଫୋନରେ ଚାରୋଟି ରିୟର୍ କ୍ୟାମେରା ଅଛି। ଯେଉଁଥିରେ 48 ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା, 8 ମେଗାପିକ୍ସେଲର ଅଲଟ୍ରା ୱାଇଡ କ୍ୟାମେରା, 2 ମେଗାପିକ୍ସେଲର ଡେପ୍ଥ କ୍ୟାମେରା ଏବଂ 2 ମେଗାପିକ୍ସେଲ ମାକ୍ରୋ ଲେନ୍ସ ରହିଛି। ସେଲ୍ଫି ପାଇଁ ଏଥିରେ 32MP ଓ 8MPର ଡୁଆଲ୍ ଫିରଣ୍ଟ କ୍ୟାମେରା ସେଟଅପ୍ ରହିଛି। ଏଥି ସହିତ ଏହି ସ୍ମାର୍ଟଫୋନରେ 5000mAh ର ବ୍ୟାଟ୍ରୀ ଦିଆଯାଇଛି।

[ad_2]
Show More
Back to top button