

ସତ୍ୟଶିଖା(ନୂଆଦିଲ୍ଲୀ)୦୨.୦୩.୨୦୨୧: ପେଟ୍ରୋଲ ଓ ଡିଜେଲ ପରେ ସିଏନଜି ଓ ପିଏନଜି ଦରରେ ବୃଦ୍ଧି ହୋଇଛି। ସିଏନଜି କିଲୋ ପ୍ରତି ୭୦ ପଇସା ଏବଂ ଘରୋଇ ପିଏନଜି ୯୧ ପଇସା ପ୍ରତି ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର ବଢ଼ିଛି। ଗେଲ ଇଣ୍ଡିଆ, ବିପିସିଏଲ୍ ଏବଂ ଦିଲ୍ଲୀ ସରକାର ମିଳିତ ଭାବେ କରୋନା ମହାମାରୀ ଯୋଗୁଁ ପଡିଥିବା ପ୍ରଭାବକୁ ଦେଖି ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ହିଁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି।