ଆଜି ବି ନାକ ଅଗରେ ଅଛି ରାଗ !

ନୂଆଦିଲ୍ଲୀ: ଏବେ ଲକ୍‌ଡାଉନ୍ ଚାଲିଥିବା ବେଳେ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦୂରଦର୍ଶନରେ ‘ରାମାୟଣ’ର ପୁନଃପ୍ରସାରଣ ହେଉଛି। ଗତକାଲି ରାବଣଙ୍କ ପୁତ୍ର ମେଘନାଦଙ୍କ ବଧ ହୋଇଥିଲା। ଏହି ଏପିସୋଡ୍‌କୁ ଗତକାଲି ସୁନୀଲ ଲହରୀ ବି ଦେଖିଥିଲେ। ସେ ହିଁ ‘ରାମାୟଣ’ରେ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିଲେ ଓ ମେଘନାଦଙ୍କ ବଧ କରିଥିଲେ। ତେବେ ସେ ଗତକାଲି ମେଘନାଦ ବଧ ଦେଖିବା ବେଳର ଏକ ଫଟୋ ଟ୍ୱିଟ୍ କରିଛନ୍ତି। ଆଉ ଏଥିରେ ଟିଭି ପରଦାରେ ବି ସେ ନିଜେ ଅଛନ୍ତି। ଏହି ଫଟୋ ଦେଖି ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ବିଶେଷ କରି ଏକ ତୁଳନାତ୍ମକ ଚିତ୍ର ସମସ୍ତେ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ

‘ଲକ୍ଷ୍ମଣ’ ଚରିତ୍ରରେ ଅଭିନୟ କଲା ବେଳେ ତାଙ୍କ ମୁହଁରେ ଯେଉଁ କ୍ରୋଧ ଦେଖିବାକୁ ମିଳିଥିଲା, ସେହି କ୍ରୋଧ ଆଜି ବି ତାଙ୍କ ମୁହଁରେ ଦେଖିବାକୁ ପାଇଛନ୍ତି ଅନେକ ଟ୍ୱିଟର ୟୁଜର। ସେମାନଙ୍କ ଭିତରୁ ଜଣେ ଲେଖିଛନ୍ତି, ଏବେ ଟିକେ ହସନ୍ତୁ। ସେହିପରି ଆଉ ଜଣେ ଲେଖିଛନ୍ତି, କେବେ ଟିକେ ହସି ଦିଅନ୍ତୁ। ଅନ୍ୟ ଜଣେ ଲେଖିଛନ୍ତି, ତାଙ୍କୁ ରଗାନ୍ତୁ ନାହିଁ। ‘ମାତା ସୀତା’ ନାଁରେ ଥିବା ଏକ ଟ୍ୱିଟର ଆକାଉଣ୍ଟ ପକ୍ଷରୁ ଲେଖାଯାଇଛି ଯେ ଆଜି ବି ନାଗ ଅଗରେ ସେହି ରାଗ ଅଛି। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ଆପଣ ସତ ଲକ୍ଷ୍ମଣ ଭଳି ଲାଗନ୍ତି।



[ad_2]

Exit mobile version