ଭୁବନେଶ୍ୱର (ସତ୍ୟଶିଖା): ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ପୁଣ୍ୟ ତିଥି। ଏହି ଅବସରରେ ଟ୍ୱିଟ୍ କରି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ୍ ମାଧ୍ୟମରେ ସେ କହିଛନ୍ତି, ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା ବିଜୁବାବୁଙ୍କ ମନ୍ତ୍ର ଥିଲା। ଯାହା ଲୋକଙ୍କ ସେବା ପାଇଁ ଆମକୁ ଅନୁପ୍ରାଣିତ କରି ଆସିଛି।
ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା ବିଜୁ ବାବୁଙ୍କ ମନ୍ତ୍ର ଥିଲା; ଯାହା ଲୋକଙ୍କ ସେବା ପାଇଁ ସର୍ବଦା ଆମକୁ ଅନୁପ୍ରାଣିତ କରିଆସିଛି। ସେହି ମହାନ ପୁଣ୍ୟାତ୍ମା, ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। pic.twitter.com/yB7aOsxgcF
— Naveen Patnaik (@Naveen_Odisha) April 17, 2020
ଚଳିତଥର ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି। ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀକୁ ମୁକାବିଲା କରୁଥିବା ବେଳେ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ।
ଆହୁରି ପଢ଼ନ୍ତୁ
ସେହିପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ କରି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ଯେ, ଭୂମିପୂତ୍ର ବିଜୁ ପଟ୍ଟନାୟକ ଆଧୁନିକ ଓଡ଼ିଶାର ବଡ଼ ନେତା ଓ ସେ ସମୟର ପ୍ରମୁଖ ଜାତୀୟ ନେତା ଥିଲେ। ତାଙ୍କ ଛାପ ଆଜି ବି ରହିଛି ଓ ତାଙ୍କ ଆଦର୍ଶ ଆମକୁ ପ୍ରେରଣା ଦେଉଥିବ।
ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ @PandaJay ତାଙ୍କୁ ବିନମ୍ର ପ୍ରଣାମ ଓ ଶ୍ରଦ୍ଧାଞ୍ଜଳି ଅର୍ପଣକରିଛନ୍ତି। ଭୂମିପୁତ୍ର ବିଜୁ ପଟ୍ଟନାୟକ ଆଧୁନିକ ଓଡ଼ିଶାର ବଡ଼ନେତା ଓ ସେ ସମୟର ପ୍ରମୁଖ ଜାତୀୟ ନେତାଥିଲେ। ତାଙ୍କ ଛାପ ଆଜିବିରହିଛି ଓ ତାଙ୍କ ଆଦର୍ଶ ପ୍ରେରଣାଦେଉଥିବ ବୋଲି ସେ କହିଛନ୍ତି।🙏 pic.twitter.com/4EuzWSkeQc
— Baijayant Panda Odia (@Panda_Odia) April 17, 2020
ଏହାସହ ବିଜୁ ବାବୁଙ୍କ ଶେଷକୃତ୍ୟ ବେଳର ଫଟୋ ମଧ୍ୟ ବୈଜୟନ୍ତ ଟ୍ୱିଟ୍ କରିଛନ୍ତି ।
[ad_2]