ଆଜି ପବିତ୍ର ଇଦ୍ ଉଲ ଫିତର

ଭୁବନେଶ୍ୱର (ସତ୍ୟଶିଖା): ଆଜି ପବିତ୍ର ଇଦ୍। ଇସଲାମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ଇଦ୍ ଉଲ୍ ଫିତର। ସାରା ଦେଶରେ ହର୍ଷ ଉଲ୍ଲାସର ସହ ପାଳନ ହେଉଛି ଏହି ପର୍ବ। ରବିବାର ଚାନ୍ଦ ଦେଖିବା ପରେ ଆଜି ଇଦ-ଉଲ୍-ଫିତର୍ ପାଳୁଛନ୍ତି ମୁସଲିମ୍ ଧର୍ମାବଲମ୍ବୀ। ମାସ ଯାକ ରୋଜା ପାଳିଥିବା ମୁସଲିମ ଭାଇ ଭଉଣୀମାନେ ଏହି ଦିନରେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି।

ଆହୁରି ପଢ଼ନ୍ତୁ

ଇଦ୍-ଉଲ୍-ଫିତରରେ ସମୂହ ନମାଜ ପାଠ କରାଯାଇଥାଏ। ଏଥର କରୋନା କଟକଣା ଲାଗି ମସଜିଦ୍ ବନ୍ଦ ଥିବାରୁ ସମୂହ ନମାଜ ପାଠକୁ ଅନୁମତି ମିଳିନାହିଁ। ଘରେ ବସି ନମାଜ ପାଠ କରିବାକୁ ମୁସଲିମ ଧର୍ମଗୁରୁମାନେ ଅନୁରୋଧ କରିଛନ୍ତି। ସେହିଭଳି କୋଭିଡ୍ ଗାଇଡଲାଇନରେ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ସମସ୍ତଙ୍କୁ ନିବେଦନ କରାଯାଇଛି।

[ad_2]
Exit mobile version