କିଣାକିଣି ପାଇଁ ବିନା ଗାଡ଼ିରେ ଯିବାକୁ ପୁଲିସ୍ କମିଶନରଙ୍କ କଡ଼ା ନିର୍ଦ୍ଦେଶ


ଭୁବନେଶ୍ୱର (ସତ୍ୟଶିଖା): ରାଜଧାନୀ ଭୁବନେଶ୍ୱର ଏବଂ କଟକରୁ ଶଟ୍ଡାଉନ୍ ଉଠିଛି ସତ କିନ୍ତୁ ଲକ୍ଡାଉନ୍ ସମୟରେ ମଧ୍ୟ କଟକଣା କଡ଼ା ରହିବ। ପରିବା, ଗ୍ରୋସେରୀ ଏବଂ ଔଷଧ ଆଦି ପାଇଁ ଏଣିକି ବାଇକ୍ ବା କାର୍ ନେଇ ଯାଇପାରିବେନି। ଏଭଳି କଲେ କଠୋର ପଦକ୍ଷେପ ନିଆଯିବ ବୋଲି କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
NO BIKE OR CAR USE FOR BUYING VEGETABLES , GROCERY, MEDICINE ETC. will be tolerated.
Any vehicle reaching any market with or without vehicle pass will be seized.
Please walk down to the nearby shop to make your purchases.
In emergency Dial 100.— Dr Sudhanshu Sarangi (@SarangiSudhansu) April 5, 2020
ସେ କହିଛନ୍ତି, ଭେଇକିଲ୍ ପାସ୍ ଥାଉ କି ନଥାଉ ଯେକୌଣସି ବଜାରରେ ଯେକୌଣସି ଗାଡ଼ି ପହଞ୍ଚିଲେ ମଧ୍ୟ ଜବତ କରାଯିବ। କିଣାକିଣି ପାଇଁ ପାଖ ଦୋକାନକୁ ଚାଲି କରି ଯିବାକୁ ହେବ। କୌଣସି ଜରୁରୀକାଳୀନ ସ୍ଥିତି ପାଇଁ ୧୦୦ ଡାଏଲ୍ କରିବାକୁ ସେ ଟ୍ୱିଟ୍ ଯୋଗେ କହିଛନ୍ତି।
Social Distance will now be a legal requirement & business establishments, shop keepers not taking adequate social distancing measures will risk closure & penal action. Let’s all work together to defeat COVID 19. Please. pic.twitter.com/howfZxE3hw
— Dr Sudhanshu Sarangi (@SarangiSudhansu) April 5, 2020
ପୁଲିସ୍ କମିଶନର ଶ୍ରୀ ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି, “ଭୁବନେଶ୍ୱରରେ ଏମିତି କୌଣସି ଜାଗା ନାହିଁ ଯେଉଁଠି ଚଲାବାଟ ଦୂରରେ ପରିବା ଦୋକାନ ନଥିବ। ବିଏମ୍ସି ମୋବାଇଲ ଭ୍ୟାନ୍ ଜରିଆରେ ଫୋନ୍ କରି ମଧ୍ୟ ଏସବୁ ମଗାଇ ହେବ। ପାଖ ଦୋକାନରୁ କିଣିବା ଆରମ୍ଭ କଲେ ହିଁ ବଡ଼ ବା ସେଣ୍ଟ୍ରାଲ ମାର୍କେଟ୍ ସବୁରେ ଭିଡ଼ କମିବ।”
There is no place in Bhubaneswar where vegetables aren’t available at walking distance.
You also have the option of ordering them over phone by BMC Mobile Vans.
Only when we start buying from nearby shops that large/central markets will be decongested & retail decentralised.— Dr Sudhanshu Sarangi (@SarangiSudhansu) April 5, 2020
ଏହା ପୂର୍ବରୁ ସେ କହିଥିଲେ, ବ୍ୟବସାୟୀମାନଙ୍କୁ ସାମାଜିକ ଦୂରତା ପାଇଁ ଦୋକାନ ଆଗରେ ଗାର ପକାଇବାକୁ ହେବ। ଏଥିରେ ଅବେହେଳା ଦେଖିଲେ ଦଣ୍ଡିତ କରାଯିବ। କୋଭିଡ୍-୧୯କୁ ହରାଇବାକୁ ହେଲେ ଆମ ସମସ୍ତଙ୍କୁ ଏକାଠି କାମ କରିବାକୁ ହେବ ବୋଲି ସେ କହିଥିଲେ।
[ad_2]