ଆଜି କାର୍ତ୍ତିକ ଶେଷ ସୋମବାର

ରାଜାରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

ସତ୍ୟଶିଖା( ଭୁବନେଶ୍ୱର )୦୭.୧୧.୨୦୨୨:  କାର୍ତ୍ତିକ ମାସର ଶେଷ ସୋମବାର ବା ପଞ୍ଚୁକର ଆଜି ଚତୁର୍ଥ ଦିନ। ଯାହାକୁ ବୈକୁଣ୍ଠ ଚତୁର୍ଦ୍ଦଶୀ ବୋଲି କୁହାଯାଏ। ପଞ୍ଚକର ୪ର୍ଥ ଦିନରେ ଧବଳେଶ୍ୱରଙ୍କ ପୀଠରେ  ବାବା ରାଜାରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି।  ରାତ୍ରରେ ବାବାଙ୍କ ପାଖରେ ଗଜଭୋଗ ଲାଗି ହୋଇଛି। ଏହା ପରେ ଭକ୍ତଙ୍କ ମଧ୍ୟରେ ଗଜଭୋଗ ବଣ୍ଟା ଯାଇଛି।

ସେହିପରି ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହ ଲକ୍ଷ୍ମୀ-ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ବାଙ୍କଚୁଡ଼ା ଓ ତ୍ରିବିକ୍ରମ ବେଶ ବେଳେ ମହାପ୍ରଭୁଙ୍କ ଠାରେ ଲାଗି ହୋଇଥିବା ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ଲକ୍ଷ୍ମୀନୃସିଂହ ବେଶରେ ମଧ୍ୟ ଲାଗିଥାଏ।

ଜଗନ୍ନାଥ ହାତରେ ଶଙ୍ଖଚକ୍ର, ବଳଭଦ୍ର ହଳମୂଷଳ ଧାରଣ କରି ଏହି ବେଶରେ ଦର୍ଶନ ଦେବେ। ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଛି । ଆଜି କାର୍ତ୍ତିକ ମାସର ଶେଷ ସୋମବାର ହୋଇଥିବାରୁ ଅଧିକ ଭକ୍ତ ଆସିଛନ୍ତି।
Exit mobile version