ରାଜ୍ୟସ୍ୱାସ୍ଥ୍ୟ

ଆଜି ଏହି ସବୁ ଜିଲ୍ଲାରେ ଟୀକାକରଣ ବନ୍ଦ୍

ସତ୍ୟଶିଖା(ଭୁବନେଶ୍ୱର) ୦୮ .୦୭.୨୦୨୧: ଭୁବନେଶ୍ୱର: ରାଜ୍ୟର ଆଜି ଚାରି ଜିଲ୍ଲାରେ ଟୀକାକରଣ ବନ୍ଦ୍ ରହିଛି । ସେହି ଜିଲ୍ଲା ଗୁଡ଼ିକ ହେଲା  ବଲାଙ୍ଗୀର, ଢେଙ୍କାନାଳ, ବାଲେଶ୍ବର ଓ ସୋନପୁର ଜିଳ୍ଲାରେ ଟୀକାକରଣ ବନ୍ଦ ରହିଛି । କୋଭିସିଲ୍ଡ ଟିକା ଅଭାବରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ବାକି ୭୦୩ କେନ୍ଦ୍ରରେ ଟୀକାକରଣ କେନ୍ଦ୍ରରେ ଟୀକାକରଣ ଜାରି ରହିଛି । 

କେଉଁଠି ଟିକାର ଅଭାବ ତ ପୁଣି କେଉଁଠି ଟିକା ପାଇଁ ଠେଲାପେଲା । ରାଜ୍ୟରେ ପଯ୍ୟାପ୍ତ ପରିମାଣର କୋଭିସିଲ୍ଡ ଟିକା ନଥିବାରୁ ଟୀକାକରଣ କାର୍ଯ୍ୟକ୍ରମକୁ ବନ୍ଦ କରାଯିବାକୁ ପଡୁଛି । ଏବେ ସୁଦ୍ଧା ୧ଲକ୍ଷ ୯୦ ହଜାର ୩୮୦ ଡୋଜ କୋଭିସିଲ୍ଡ ଟିକା ରହିଥିବାବେଳେ ୨ ଲକ୍ଷ ୯୮ ହଜାର ୮୧୦ କୋଭାକ୍ସିନ ଟିକା ମହଜୁଦ ରହିଛି । ବୁଧବାର ରାଜ୍ୟରେ ୧୦୧୫ ଟିକାକରଣ ଅଧିବେଶନରେ ୨ ଲକ୍ଷ ୬ ହଜାର ଜଣଙ୍କୁ ଟିକା ଦିଆଯାଇଛି ।

ଆଉ 15 ଲକ୍ଷ ଡୋଜ ଟିକା ଯୋଗାଇ ଦେବାକୁ କେନ୍ଦ୍ରସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ଦ୍ବିତୀୟ ଡୋଜ ପାଇଁ 21ଲକ୍ଷ ଡୋଜ ଲକ୍ଷ୍ୟ ପୂରଣ ହୋଇପାରିବ । ଆଜି ଟିକା ଉପଲବ୍ଧ ଥିବା ଅନ୍ୟ 703 ଅଧିବେଶନରେ ଟୀକାକରଣ ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Show More
Back to top button