ସତ୍ୟଶିଖା(ଭୁବନେଶ୍ୱର )୨୪.୧୧.୨୦୨୨: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ଶୀତକାଳୀନ ଅଧିବେଶନକୁ ଏଥର ସରଗରମ କରିବ ଅର୍ଚ୍ଚନା ନାଗ ପ୍ରସଙ୍ଗ। ବିରୋଧୀ ବିଜେପି ଓ କଂଗ୍ରେସ ଅର୍ଚ୍ଚନା ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛନ୍ତି।
ବର୍ତ୍ତମାନ ମାମଲାରେ ଇଡି ତଦନ୍ତ ଆରମ୍ଭ କରିଥିବାରୁ ପୁଲିସ୍ ତଦନ୍ତରେ ଶିଥିଳତାକୁ ନେଇ ସରକାରଙ୍କୁ ଅକଳରେ ପକାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ସେହିପରି ଚାଷୀ ପ୍ରସଙ୍ଗରେ ମଧ୍ୟ ଅଲୋଚନା ହେବ। ଚାଷୀଙ୍କୁ ଇନ୍ପୁଟ ସବ୍ସିଡି, ଆଇନ୍ ଶୃଙ୍ଖଳା ସ୍ଥିତି ଓ ଦରଦାମ୍ ବୃଦ୍ଧିକୁ ନେଇ ବି ଗୃହରେ ବିରୋଧୀ ପ୍ରସଙ୍ଗ ଉଠାଇବେ।ଅନ୍ୟପଟେ ଆଜି ସକାଳ ସାଢେ ୧୦ଟାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ବିରୋଧୀଙ୍କୁ ସାମନା କରିବାକୁ କାଉଣ୍ଟର ଷ୍ଟ୍ରାଟେଜି ପ୍ରସ୍ତୁତ କରିବ ଦଳ।
ଆଜି ବିଧାନସଭା ଆରମ୍ଭରେ ପ୍ରଥମେ ଦିବଂଗତ ସଦସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଗୃହର ସଦସ୍ୟ ଥାଇ ବିଧାୟକ ବିଜୟରଞ୍ଜନ ସିଂ ବରିହା ଓ ବିଷ୍ଣୁଚରଣ ସେଠୀଙ୍କର ପରଲୋକ ଘଟିଥିବାବେଳେ ପୂର୍ବତନ ସଦସ୍ୟ ଭାବେ ଗୋଲକ ନାୟକ, କପିଳ ତିଓ୍ୱାରି, ଗୋପନାରାୟଣ ଦାସ ଓ ଆଦିକନ୍ଦ ସେଠୀଙ୍କୁ ବି ଦିଆଯିବ ଶ୍ରଦ୍ଧାଞ୍ଜଳି।
ସମ୍ବନ୍ଧିତ ଖବର
-
ରୁଷିଆର ଗାମାଲେୟା ନେସନାଲ ରିସର୍ଚ୍ଚ ସେଣ୍ଟରରେ କ୍ୟାନସର ଟିକା ବିକଶିତ ହୋଇଛି। -
ଆମେରିକାର ଧମକରେ କ୍ରୋଧିତ ରୁଷ। -
ଶ୍ରୀମନ୍ଦିରକୁ ପ୍ରବେଶ ବେଳେ କ୍ୟାମେରା ସହ ଜଣେ ଯୁବକଙ୍କୁ ଧରିଲା ପୋଲିସ । -
ବିଏମ୍ସି ହସ୍ପିଟାଲର ବଦଳିବ ସ୍ଥାନ । ନୂଆ ଜାଗାକୁ ସ୍ଥାନାନ୍ତର ହେବ ରାଜଧାନୀର ପୁରୁଣା ଚିକିତ୍ସାଳନ। -
ଭାରତ-ଋଷ ସୁସମ୍ପର୍କକୁ ସହିପାରୁନି ଆମେରିକା। -
ବାଲେଶ୍ୱର ଫକୀର ମୋହନ କଲେଜ ର ଦୁଇ ଜଣ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । -
ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର l -
ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା। -
ଗଞ୍ଜାମ ଜିଲ୍ଲା ରେ ଅବ୍ୟବସ୍ତିତ ବିଦ୍ୟାଳୟ ରେ ଗାଁ ଲୋକ ତାଲା ପକାଇଲେ l -
ଆଜି ପିଏମ୍ କିଷାନର ୨୦ତମ କିସ୍ତିରେ ୨ ହଜାର ଲେଖାଁଏ ପାଇବେ ଚାଷୀ l