ଧର୍ମ

ଶନି ଦଶା ଭୋଗୁଛନ୍ତି କି ? ତେବେ କରନ୍ତୁ ଏହି ସବୁ ଉପାୟ l

ସତ୍ୟଶିଖା ୩୧.୦୮.୨୦୨ ୦ :  ଶନିଙ୍କର କୋପ ଦୃଷ୍ଟି ପଡ଼ିଥିଲେ ବ୍ୟକ୍ତିଠାରେ ବିଭିନ୍ନ ସମସ୍ୟା ଦେଖାଯାଏ । ଦେହ ଖରାପଠାରୁ ଆରମ୍ଭ କରି ଆର୍ଥିକ ସମସ୍ୟା ପର୍ଯ୍ୟନ୍ତ । ଏଣୁ ଶନି ଦଶା ଏଡ଼େଇବା ପାଇଁ ଶନିଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ହେବ । ସନ୍ତୁଷ୍ଟ କରିବାର ଉପାୟଗୁଡ଼ିକ…

  • ଭୋଜନରେ କଳା ଲୁଣ ଓ ଗୋଲମରିଚ ମିଶାଇ ଖାଆନ୍ତୁ ।
  • ଶନିବାର ଦିନ ଭିଜା ହୋଇଥିବା ଚଣା ମାଙ୍କଡ଼କୁ ଖୁଆନ୍ତୁ । ମିଠା ରୁଟିରେ ତେଲ ଲଗାଇ କଳା କୁକୁରକୁ ଖାଇବାକୁ ଦିଅନ୍ତୁ ।
  • ଯଦି ଶନି ଦେବତାଙ୍କର ଅଶୁଭ ଦଶା ଚାଲିଥାଏ, ତେବେ ଦୁଇ ମାସ ପର୍ଯ୍ୟନ୍ତ ମଦ କିମ୍ବା କୌଣସି ଆଲକୋହଲ ପିଅନ୍ତୁ ନାହିଁ । ପ୍ରତିଦିନ ପୂଜା କରିବା ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଓଁ ନମଃ ଶିବାୟ ଜପ କରନ୍ତୁ । ଏହାଦ୍ୱାରା ଶନିଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବେ ।
  • ଏକ ଲୁହା ପାତ୍ରରେ ସୋରିଷ ତେଲ ଭରି ସେଥିରେ ଏକ ତମ୍ବା କଏନ ପକାଇ ଘରର ଯେକୌଣସି ଅନ୍ଧାରୁଆ ସ୍ଥାନରେ ରଖିଦିଅନ୍ତୁ ।
  • ଶନିଙ୍କର କୁପ୍ରଭାବ ଦୂର କରିବା ପାଇଁ ଶନିବାର ଦିନ କଳା ଗାଈଙ୍କ ସେବା କରନ୍ତୁ । ପ୍ରଥମ ରୁଟି ଗାଈକୁ ଖୁଆନ୍ତୁ। ତା’ ମଥାରେ ସିନ୍ଦୂର ଲଗାନ୍ତୁ । ଶିଙ୍ଗରେ ମାଳି ବାନ୍ଧନ୍ତୁ । ଏହାପରେ ତାକୁ ଲଡୁ ଖୁଆଇ ପ୍ରଣାମ କରନ୍ତୁ ।
  • ପ୍ରତି ଶନିବାର ଦିନ ବର କିମ୍ବା ଓସ୍ତ ଗଛ ମୂଳେ ସୂର୍ଯ୍ୟ ଉଦୟ ପୂର୍ବରୁ ବାଦାମ ତେଲ ଦୀପ ଜଳାଇ ଶୁଦ୍ଧ କଞ୍ଚା କ୍ଷୀର ଦେବା ସହ ଧୂପ ଅର୍ପଣ କରନ୍ତୁ ।
  • ଶନିବାର ଦିନ ନିଜ ହାତରେ ୨୯ ହାତ ମାପର କଳା ଡୋର ନେଇ ଏହାକୁ ଗୁଡ଼ାଇ ବେକରେ ପକାନ୍ତୁ ।
  • ଯଦି ଶନି ଦଶା ପଡ଼ିଥାଏ, ତାହାଲେ ଶନିବାର ଦିନ ଅନ୍ଧାର ହେବା ପୂର୍ବରୁ ଓସ୍ତ ଗଛ ମୂଳରେ ମିଠା ଜଳ ଅର୍ପଣ କରିବା ସହିତ ସୋରିଷ ତେଲର ଦୀପ ଲଗାଇବା ସହିତ ଅଗରବତୀ ଲଗାନ୍ତୁ । ସେଠାରେ କିଛି ସମୟ ବସି ହନୁମାନ, ଭୈରବ ଓ ଶନି ଚାଳିଶା ପାଠ କରନ୍ତୁ । ଏହାପରେ ଓସ୍ତ ଗଛ ଚାରିପଟେ ସାତଥର ପରିକ୍ରମା କରନ୍ତୁ । ଏପରି କରିବା ଦ୍ୱାରା ଶନିଙ୍କର ଶୁଭ ଦୃଷ୍ଟି ପଡ଼ିଥାଏ ।
Show More
Back to top button