ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ରଥ ନିର୍ମାଣ କାମ

ପୁରୀ (ସତ୍ୟଶିଖା): ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ରଥ ନିର୍ମାଣ କାମ ବନ୍ଦ ରହିବ। ବାତ୍ୟା ‘ଅମ୍ଫାନ’ର ପ୍ରଭାବ ଆଶଙ୍କାକୁ ଦୃଷ୍ଟିରେ ରଖି ଦୁଇ ଦିନ ପର୍ଯ୍ୟନ୍ତ ଏହି କାମକୁ ସ୍ଥଗିତ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ସହକାରୀ ଲୋକ ସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ବାତ୍ୟାକୁ ଦୃଷ୍ଟିରେ ରଖି ରଥଖଳାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଥ ଯେଉଁ ସବୁ ଅଂଶର କାର୍ଯ୍ୟ ହୋଇଗଲାଣି ସେଗୁଡ଼ିକୁ ଘୋଡ଼ାଇ ରଖିବା ସହ ବର୍ଷାରେ ଯେଭଳି କ୍ଷୟକ୍ଷତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ସମସ୍ତ ୪୨ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ନନ୍ଦିଘୋଷର ୯ଟି, ଦେବୀ ସୁଭଦ୍ରାଙ୍କ ରଥର ୭ଟି ଏବଂ ବଳଭଦ୍ରଙ୍କ ରଥର ୮ଟି ଚକ କାର୍ଯ୍ୟ ଏଯାଏ ସମ୍ପନ୍ନ ହୋଇଛି। ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତମାନେ ସୁସ୍ଥ ଥିବା ଜଣାପଡ଼ିଛି। ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ପରେ ଏହା ସ୍ପଷ୍ଟ ହୋଇଛି।

[ad_2]
Exit mobile version