ଆଜିଠୁ କଟକରେ ଜୋମାଟୋ କଲା ମଦ ହୋମ ଡେଲିଭରି

କଟକ(ସତ୍ୟଶିଖା): ଆଜିଠାରୁ କଟକରେ ଜୋମାଟୋ ଜରିଆରେ ମଦର ହୋମ ଡେଲିଭରି ଆରମ୍ଭ ହୋଇଛି। ପୂର୍ବରୁ ମଦ ଦୋକାନ କର୍ମଚାରୀ ହୋମ ଡେଲିଭରି ଦେଉଥିବାବେଳେ ଆଜିଠୁ ଜୋମାଟୋ ମଧ୍ୟ ଏହି ସେବା ଯୋଗାଇ ଦେବ।

ଆହୁରି ପଢ଼ନ୍ତୁ

ଅନ୍ୟ ସଂସ୍ଥା ଜରିଆରେ ମଦ ଡେଲିଭରିକୁ ବ୍ୟବସାୟୀ ସଂଘ ତୀବ୍ର ବିରୋଧ କରି ଆସୁଥିଲେ । ତେବେ ଜୋମାଟୋ ଏବଂ ମଦ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା ପରେ ବ୍ୟବସାୟୀ ସଂଘ ଏଥିରେ ସମ୍ମତି ପ୍ରକାଶ କରିଛି।

ଆଜି ସକାଳ ୭ଟାରୁ ଅନଲାଇନ ଅର୍ଡର ରଖିବା ପରେ ଅପରାହ୍ନ ଗୋଟାଏ ପରେ ଡେଲିଭରି ଆରମ୍ଭ ହୋଇଯାଇଛି । କଟକ ସହରର ଉଭୟ ଠିପି ଖୋଲା ଓ ଠିପି ବନ୍ଦ କାଉଣ୍ଟରରୁ ଏହି ଡେଲିଭରି ହୋଇପାରିବ ବୋଲି କଟକ ବିଦେଶୀ ମଦ ବ୍ୟବସାୟୀ ସଂଘର ସଂପାଦକ ବିରଞ୍ଚି ନାରାୟଣ ସାହୁ ସୂଚନା ଦେଇଛନ୍ତି ।

[ad_2]
Exit mobile version