ନ୍ୟୁଜ୍ରାଜ୍ୟ

ରାଜ୍ୟ ଜିଏସ୍‌ଟି ଆଦାୟରେ ରେକର୍ଡ, ଗତବର୍ଷ ଅପେକ୍ଷା ବୃଦ୍ଧି ହେଲା ୪୯ ପ୍ରତିଶତ

ସତ୍ୟଶିଖା ( କଟକ )୦୨/୧୧ /୨୦୨୧: ପୁଣିଥରେ ଦ୍ରବ୍ୟ ଏବଂ ସେବା କର ବା ଜିଏସ୍‌ଟି ଆଦାୟରେ ରେକର୍ଡ କରିଛି ରାଜ୍ୟ । ଅକ୍ଟୋବର ମାସରେ ଆଦାୟ ହୋଇଥିବା ଟ୍ୟାକ୍ସରେ ଗତବର୍ଷ ଅପେକ୍ଷା ୪୯ ପ୍ରତିଶତ ବୃଦ୍ଧି ହୋଇଛି । ୨୦୨୦ ମସିହା ଅକ୍ଟୋବର ମାସରେ ୨୪୨୮ କୋଟି ଟଙ୍କା ଆଦାୟ ହୋଇଥିଲା । ହେଲେ ଚଳିତ ଅକ୍ଟୋବର ମାସରେ ଏହା ୪୯ ପ୍ରତିଶତ ବୃଦ୍ଧି ପାଇଁ ୩୫୯୪.୩୪  କୋଟି ଟଙ୍କାରେ ପହଞ୍ଚିଛି। ଯାହାକି ଏକ ରେକର୍ଡ ସ୍ତରର ଟ୍ୟାକ୍ସ ଆଦାୟ ।

Show More
Back to top button