ରାଜ୍ୟ

ଆଗରେ ସଟର, ପଛରେ ବେପାର!

ଢେଙ୍କାନାଳ(ସତ୍ୟଶିଖା): ମଦ ଦୋକାନରେ ପଡ଼ିଛି ସଟର। ହେଲେ ପଛ ପଟେ ଚାଲିଛି ବେଧଡ଼କ ମଦ ବେପାର। ମଦୁଆଙ୍କୁ ମିଳୁଛି ମଦ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲାରେ। ଏଠି ଏକାଧିକ ଦୋକାନର ପଛ ପାର୍ଶ୍ୱରେ ଚାଲିଛି ଏମିତି ମଦ କାରବାର।

ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ଅନୁମତି ଦେଇଛନ୍ତି। ଏହି ନିୟମକୁ ଉଲ୍ଲଂଘନ କରି ଢେଙ୍କାନାଳ ସହରରେ ମଦ ଦୋକାନ ଖୋଲି ଚାଲି ବେପାର।  ବସ୍‌ଷ୍ଟାଣ୍ଡ, କଣ୍ଟାନାଳୀ ବାଇପାସ୍‌, ରାମେଶ୍ଵରପୁର ଆଦି ଅଞ୍ଚଳରେ ଥିବା ମଦ ଦୋକାନ ସମ୍ମୁଖରୁ ପଡ଼ିଛି ସଟର। ହେଲେ ପଛ ପାର୍ଶ୍ୱରେ ଚାଲିଛି ଖୋଲମ ଖୋଲା ମଦ କାରବାର। ମାତ୍ର ଏଥିପ୍ରତି ପୁଲିସ ନା ଅବକାରୀ ବିଭାଗ କାହାରି ନଜର ନାହିଁ।

ସେପଟେ ଏହି ଘଟଣାକୁ ନେଇ ଢେଙ୍କାନାଳ ଅବକାରୀ ଅଧିକ୍ଷକ ମନୋଜ ସେଠୀ କେବଳ ହୋମ୍‌ ଡେଲିଭରୀ ପାଇଁ ଅନୁମତି ମିଳିଛି। ଯେଉଁମାନେ ନିୟମ ଖିଲାପ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

[ad_2]
Show More
Back to top button